ରାଶିଫଳ

ପାରିବାରିକ କ୍ଷେତ୍ରରେ ଅସ୍ଥିରତା ସହ ବିବାଦୀୟ ପରିସ୍ଥିତି ସୃଷ୍ଟି ଆଶଙ୍କା ରହିଛି। ଗୁରୁଚାନ୍ଦ୍ରୀ ଯୋଗ ପ୍ରଭାବରୁ ଏଜେନ୍ସିପ୍, ପ୍ରକାଶନ, ପ୍ରଶାସନ, ରାଜନୀତିକ୍ଷେତ୍ରରେ ସମସ୍ୟା ସମାଧାନ ହେବ। ଅଜଣା ବ୍ୟକ୍ତି ପ୍ରତି ସତର୍କ ନ ରହିଲେ ଅସୁବିଧା ଭୋଗିବେ।
। ବିଶିଷ୍ଟବ୍ୟକ୍ତିଙ୍କ ସାନ୍ନିଧ୍ୟଲାଭ କରିପାରନ୍ତି। ରାଜନୀତି ଓ ସାଙ୍ଗଠନିକ କ୍ଷେତ୍ରରେ ପତିଆରା ଜାହିରକରି ସଫଳ ହେବେ। ପାରିବାରିକ କ୍ଷେତ୍ରରେ ସମସ୍ୟା ସାଙ୍ଗକୁ ଖର୍ଚ୍ଚ ବଢିଯିବା କାରଣରୁ ମାନସିକ ସ୍ଥିତି ବିଗିଡି ଯାଇପାରେ।
ପୁଷ୍ୟା ନକ୍ଷତ୍ର କର୍ମକ୍ଷେତ୍ର, ପ୍ରଶାସନିକ ସ୍ତରରେ ଉଚ୍ଚପଦବୀ, ସମାଜରେ ପ୍ରତିଷ୍ଠାଲାଭ କରିବେ। ବନ୍ଧୁବର୍ଗରେ ଆଦର ସମ୍ମାନ ପ୍ରାପ୍ତି ସକାଶେ ଅନୁକୂଳ ବାତାବରଣ ସୃଷ୍ଟି ହେବ। ଘରୋଇ କଥାକୁ କେନ୍ଦ୍ରକରି ଆତ୍ମୀୟଙ୍କ ସହ କଳହ ଘଟିପାରେ।
ବିବାଦୀୟ ଘଟଣା ଅମୀମାଂସିତ ରହିବ ଏବଂ ଆତ୍ମୀୟମାନେ ଚେର କାଟିଲା ଭଳି କାମ କରିପାରନ୍ତି। ସାମାଜିକ କ୍ଷେତ୍ରରେ ଅନ୍ୟମାନଙ୍କ ସକାଶେ ଭଲ କରିବାକୁ ଯାଇ ଅପଦସ୍ଥ ହେବେ। ଗବେଷଣା, ଅନୁସନ୍ଧାନ ଓ ବିଦେଶଯାତ୍ରାର ସୁଯୋଗ ପାଇପାରନ୍ତି।
ଅଭାବ ଅସୁବିଧା ନ ଥିଲେ ମଧ୍ୟ ଜ୍ୟେଷ୍ଠା ନକ୍ଷତ୍ରର ଆଜି ମନରେ ଅସ୍ଥିରତା ସୃଷ୍ଟି ହେବ। ଭୁଲ୍ ବୁଝାମଣାଜନିତ ବ୍ୟବସାୟ ଓ ପରିବହନରେ ଝଗଡା ସୃଷ୍ଟି ହୋଇପାରେ। ଆଗାମୀ ମାଙ୍ଗଳିକ କାମ ସକାଶେ ଘର ସାଜସଜ୍ଜାରେ ସମୟ ଅତିବାହିତ କରିପାରନ୍ତି।
ଆଜି ଚନ୍ଦ୍ର ଓ ବୃହସ୍ପତି ଶୁଭସ୍ଥାନରେ ଥିବାରୁ କୌଣସି କ୍ଷେତ୍ରରେ ଅଭାବ, ଅସୁବିଧା ରହିବ ନାହିଁ। ପାରିବାରିକ ଜୀବନ, ସାମାଜିକ ସ୍ଥିତି, ଯାନବାହନ, ଲୋକସମ୍ପର୍କ କ୍ଷେତ୍ର ଭଲ ରହିବ। ବନ୍ଧୁଙ୍କ ସହଯୋଗର ଆବଶ୍ୟକତା ଅନୁଭବ କରିପାରନ୍ତି।
ସ୍ବାସ୍ଥ୍ୟ ଅପରିବର୍ତ୍ତିତ ରହିଲେ ମଧ୍ୟ ବୃତ୍ତି, ବାଣିଜ୍ୟ, କର୍ମକ୍ଷେତ୍ର ଓ ଲୋକ ସମ୍ପର୍କରେ ନୂ୍ୟନତା ପରିଲକ୍ଷିତ ହେବ। ଶନିଙ୍କ ପ୍ରଭାବରୁ ସନ୍ଦେହଜନିତ ପାରିବାରିକ ଓ ସାମାଜିକ ସ୍ଥିତି ଦୁର୍ବଳ ହେବ। ମକଦ୍ଦମାରେ, ପ୍ରଶାସନିକ ସ୍ତରରେ, ସାହିତ୍ୟରେ ସୁଫଳ ପାଇବେ।
What's Your Reaction?






