ରାଶିଫଳ

Jan 29, 2025 - 12:04
 0  1
ରାଶିଫଳ
ମେଷ
ବନ୍ଧୁଙ୍କ ସହାୟତାରେ ଅର୍ଥ ପାଇବା ସହ କାମ ଅଟକିବ ନାହିଁ। ଅକୁହା କଥାକୁ ସହକର୍ମୀଙ୍କ ଆଗରେ ବଖାଣି ବସି ସମସ୍ୟାକୁ ନିମନ୍ତ୍ରଣ କରିପାରନ୍ତି। କୃତ୍ତିକା ନକ୍ଷତ୍ର ସକାଶେ ନୂତନ ସ୍ଥାନକୁ ବୁଲିଯିବାର ସୁଯୋଗ ମିଳିପାରେ।
ବୃଷ
 ବ୍ୟବସାୟ, ପରିବହନରେ ସନ୍ତୋଷଜନକ ସୁଫଳ ପାଇବେ। ରୋହିଣୀ ନକ୍ଷତ୍ର ପରିବାରରେ ଛୋଟ କଥାରେ କଳହରୁ ଦୂରେଇ ରହିବା ଭଲ। ସନ୍ତାନଙ୍କ ବୈବାହିକ କର୍ମ ସମ୍ପାଦନ ସକାଶେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି।
ମିଥୁନ
କର୍ମକ୍ଷେତ୍ରର ବିଫଳତା ଖୋଜିବାକୁ ଯାଇ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ଧାତୁ ଅଳଙ୍କାର, ଔଷଧପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ ସକାଶେ ମନ ବଳାଇବେ। ମୃଗଶିରା ନକ୍ଷତ୍ର ଜମିଜମା, ଯାନବାହନ, ବିଦେଶ ଯାତ୍ରା, ଲେଖାପଢା କ୍ଷେତ୍ରରୁ ଉପକୃତ ହେବେ।
କର୍କଟ
ବନ୍ଧୁମାନଙ୍କ ପ୍ରଶଂସା ସହ ଅର୍ଥ, ସମ୍ମାନ, କାର୍ଯ୍ୟସିଦ୍ଧି ମନୋବଳକୁ ଦ୍ୱିଗୁଣିତ କରିବ। ପୁନର୍ବସୁ ନକ୍ଷତ୍ର ସାହିତ୍ୟ, ସଂସ୍କୃତି, କଳା, କାରିଗରି କାମରେ ଉତ୍ସାହିତ ହେବେ। ଯାନବାହନ କିମ୍ବା କୌଣସି ଯାନ୍ତ୍ରିକ ଜିନିଷ କ୍ରୟ କରିବାକୁ ମନ ବଳାଇବେ।
ସି˚ହ
 ବନ୍ଧୁଙ୍କ ଆମନ୍ତ୍ରଣ କ୍ରମେ ଦୂରଯାତ୍ରା କରିବାକୁ ପଡ଼ିପାରେ। ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ସମର୍ଥ ହେବେ। ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ନଷ୍ଟ ହୋଇପାରେ।
କନ୍ୟା

ହସ୍ତା ନକ୍ଷତ୍ର ଶେଷ ମୁହୂର୍ତ୍ତରେ ସପକ୍ଷରେ ଯାଉଥିବା ନିଷ୍ପତ୍ତିକୁ ବଦଳାଇଦେଇପାରନ୍ତି। ବନ୍ଧୁଙ୍କ ପକ୍ଷପାତିତା କାମକୁ ଅପସନ୍ଦ କଲେ ମଧ୍ୟ କିଛି କରିବାର ବାଟ ପାଇବେ ନାହିଁ। ଗୃହ ନିର୍ମାଣ, ପରିବହନରେ ସମସ୍ୟାର ସମ୍ମୁଖୀନ ହେବେ। ସାହିତ୍ୟ, କଳା ଓ ରଚନାମତ୍କ କାମରେ ପ୍ରଶଂସା ପାଇବେ। ରୁଗ୍‍ଣ ସ୍ବାସ୍ଥ୍ୟ ମୁଖ୍ୟ ଚିନ୍ତାର କାରଣ ହେବ।
ତୁଳା

ସ୍ବାତୀ ନକ୍ଷତ୍ର ସବୁକାମ ପଛକୁ ପକାଇ ଜୀବିକା ନିର୍ବାହ କର୍ମକୁ ପ୍ରାଧାନ୍ୟ ଦେବେ। ସ୍ବାସ୍ଥ୍ୟ ଅପରିବର୍ତ୍ତିତ ରହିବ କିନ୍ତୁ ଭୁଲ୍‍ ବୁଝାମଣାରୁ ପାରିବାରିକ ଶାନ୍ତି ବ୍ୟାହତ ହୋଇପାରେ। ଅନ୍ୟମାନେ ଖାଲରେ ପକାଇବାକୁ ଚେଷ୍ଟାକଲେ ମଧ୍ୟ ସଫଳ ହେବେ ନାହିଁ। କାମରେ ନିଜର ଅବହେଳାଜନିତ ମୃଦୁ ଗୁଞ୍ଜରଣ ଶୁଣିବାକୁ ପାଇବେ।
ବିଛା
ଅନୁରାଧା ନକ୍ଷତ୍ର ଯେତେ ଚେଷ୍ଟା କଲେ ମଧ୍ୟ ନିର୍ଦ୍ଦିଷ୍ଟ ସମୟରେ ସମ୍ପନ୍ନ ନ ହେବାରୁ ଅସନ୍ତୁଷ୍ଟ ରହିବେ। ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଉଚ୍ଚବାଚ ଘଟିପାରେ। ଅନ୍ୟମନସ୍କ କିମ୍ବା ଅସାବଧାନତା କାରଣରୁ ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନି ଘଟିପାରେ। 
ଧନୁ
 ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ କରି ଆଶ୍ୱସ୍ତିଲାଭ କରିବେ। ଆନୁଷ୍ଠାନିକ କାମରେ ଗଠନମୂଳକ ପ୍ରସ୍ତାବ ନେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଖାଦ୍ୟପେୟର ଅନିୟମିତତା ସ୍ବାସ୍ଥ୍ୟହାନିର କାରଣ ହୋଇପାରେ।
ମକର
ପରିବହନ, ନିର୍ମାଣ, ପ୍ରକାଶନ ଓ ପ୍ରଶାସନିକ କ୍ଷେତ୍ରରେ, ଶିକ୍ଷାରେ ସଫଳତା ଲାଭ କରିବେ। ଅତୀତ ଘଟଣା ମନକୁ ବାରମ୍ବାର ଆଲୋଡିତ କରି ମାନସିକ ଅସ୍ଥିରତା ସୃଷ୍ଟି କରିପାରେ। ଉତ୍ତରାଷାଢା ନକ୍ଷତ୍ରର ଅର୍ଥସଙ୍କଟ ବନ୍ଧୁଙ୍କ ସାହାଯ୍ୟରେ ଦୂରୀଭୂତ ହେବ।
କୁମ୍ଭ
ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କଲେ ମଧ୍ୟ ନୀରବ ରହିବାକୁ ବାଧ୍ୟ ହେବେ। ଗୃହନିର୍ମାଣ, ଯାନ୍ତ୍ରିକ ଜିନିଷ କ୍ରୟ କିମ୍ବା ଜମିଜମା କ୍ରୟବିକୟ ନେଇ ଆଲୋଚନା କରିପାରନ୍ତି। ବିବାଦୀୟ କ୍ଷେତ୍ରରେ ବେଶି ସମୟ ରହିବା ସମସ୍ୟାର କାରଣ ହୋଇପାରେ।
ମୀନ
ରେବତୀ ନକ୍ଷତ୍ର ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଆଶାଜନକ ଫଳ ପାଇବେ। ପଡୋଶୀଙ୍କ ସହାୟତାରେ ଦୀର୍ଘଦିନରୁ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ । କର୍ମକ୍ଷେତ୍ରରେ ପରକଥାରେ ପଡି ଭୁଲ ମାର୍ଗର ଅନୁସରଣ କରି ଅନୁତପ୍ତ ହୋଇପାରନ୍ତି।

What's Your Reaction?

like

dislike

love

funny

angry

sad

wow