ରାଶିଫଳ
କର୍ମକ୍ଷେତ୍ରରେ ସାଧାରଣ କଥାକୁ କେନ୍ଦ୍ରକରି ଉପୁଜିଥିବା କିମ୍ବା ନିଜର ପରିବାର ଭିତର ବିବାଦକୁ ପ୍ରତିହତ କରିପାରିବେ। ସ୍ବାସ୍ଥ୍ୟ ସକାଶେ ଚିନ୍ତା କରିପାରନ୍ତି। ସମ୍ପର୍କୀୟଙ୍କର କୃତକର୍ମ ଆପଣଙ୍କ ସକାଶେ ମୁଣ୍ଡବ୍ୟଥାର କାରଣ ହେବ।
ପ୍ରିୟଜନ ଭାବରେ ପାଖରେ ରଖିଥିବା ବ୍ୟକ୍ତିଟି ଦୁଶ୍ଚିନ୍ତାର କେନ୍ଦ୍ରବିନ୍ଦୁ ସାଜିପାରନ୍ତି। ଉପରିସ୍ଥଙ୍କ ଅନୁକମ୍ପା ହେତୁକ କାମ ହାସଲ କରି ବହୁଜନ ପ୍ରଶଂସିତ ହେବେ। ବ୍ୟବସାୟ, ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ହଟିଯାଇ ଲାଭବାନ ହୋଇପାରନ୍ତି।
କର୍ମକ୍ଷେତ୍ରରେ ସ୍ଥଗିତ କାମକୁ କରିବା ପାଇଁ ନିଷ୍ପତ୍ତି ନେଇ ସଫଳ ହେବେ। ପରିବାରରେ ମତାନ୍ତରଜନିତ ଅଶାନ୍ତି ଓ ଅସୁବିଧାର ସମ୍ମୁଖୀନ ହେବେ। ଜିଦ୍ଖୋର ମନୋବୃତ୍ତି କାରଣରୁ କୌଣସି କ୍ଷେତ୍ରରେ ଗୁଡ଼ାଏ ଟଙ୍କା ଖର୍ଚ୍ଚକରି ଦୁଃଖିତ ହେବେ।
ଅନ୍ୟମନସ୍କ କାରଣରୁ କିଛି ମୂଲ୍ୟବାନ ଜିନିଷ ହରାଇ ମାନସିକ ବ୍ୟଥା ଅନୁଭବ କରିପାରନ୍ତି। ଚାଲୁ ରହିଥିବା ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ ହେବ ଓ ଏହି ଦିଗରେ ଥିବା ପ୍ରତିବନ୍ଧକ ଅବଶ୍ୟ ଦୂରେଇ ଯିବ।
ଆଜି ସକାଳୁ କୌଣସି ଶୁଭ ଖବର ମନକୁ ଆହ୍ଲାଦିତ କରିବ। ଯାତ୍ରାରେ ସଫଳତା ସଙ୍ଗକୁ ବିଭିନ୍ନ ସଂଗଠନରେ ସାମିଲ ରହି ଖୁସି ହୋଇପାରନ୍ତି। ଆକସ୍ମିକ ଆବଶ୍ୟକତାକୁ ନେଇ ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିବାକୁ ମନ ବଳାଇବେ।
ଯେକୌଣସି ପରିସ୍ଥିତିରେ ମଧ୍ୟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡ଼ିବେ। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ ନ କଲେ ସମସ୍ୟା ବଢ଼ିଯିବ। ଯେଉଁ ଜିନିଷଟିକୁ ପାଇବାକୁ ଇଚ୍ଛା କରିଛନ୍ତି ତାହା ବିଳମ୍ବରେ ପାଇବେ।
ଆଜି ନିଜକୁ ନିୟନ୍ତ୍ରଣରେ ରଖିବା ପାଇଁ ସମର୍ଥ ନ ହେଲେ କ୍ଷତିରେ ପଡ଼ି ପାରନ୍ତି। ଧର୍ମାନୁଷ୍ଠାନ, ରାଜନୀତି, ପ୍ରଶାସନ, ଯାତ୍ରା, ବାଣିଜ୍ୟ, ନିର୍ମାଣ ପାଇଁ ଦିନଟି ଭଲ। କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ।
ସମ ପରିମାଣର ପ୍ରତିଦାନ ଆଶା କରି କିଛି ନ ପାଇବା କାରଣରୁ ମନରେ କ୍ରୋଧ ଜାଗ୍ରତ ହେବ। କର୍ମକ୍ଷେତ୍ରରେ ବିଶୃଙ୍ଖଳିତ ପରିସ୍ଥିତିକୁ କେତେକାଂଶରେ ନିୟନ୍ତ୍ରଣ ମଧ୍ୟରେ ରଖିବାରେ ସମର୍ଥ ହେବେ। ବନ୍ଧୁଙ୍କ ସହ ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ।
What's Your Reaction?