ରାଶିଫଳ

Mar 5, 2025 - 15:35
 0  6
ରାଶିଫଳ
ମେଷ
 ଭୁଲ୍‌ ବୁଝାମଣା ଯୋଗୁ ବନ୍ଧୁଙ୍କ ସହ ମନୋମାଳିନ୍ୟ ଘଟିବାରୁ ମନ ଉଦାସ ରହିବ। ଅଶ୍ୱିନୀ ନକ୍ଷତ୍ର ପରିବାରର ବରାଦ ଅନୁଯାୟୀ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। କୌଶଳ ଖଟାଇ କାମଟିକୁ ସୁବିଧାରେ କରିପାରିବାରେ ସଫଳ ହେବେ ।
ବୃଷ
 ସାମାଜିକ ସ୍ତରରେ ପ୍ରତ୍ୟେକ କାର୍ଯ୍ୟରେ ବିରୁଦ୍ଧତା ଓ ବିଫଳତା ଲାଗି ରହିବ। ଆକସ୍ମିକ ଆଗତ ଅପରିଚିତ ବ୍ୟକ୍ତି ଜଣକ ସକାଶେ ବ୍ୟସ୍ତତା ବୃଦ୍ଧି ପାଇବ। ରୋହିଣୀ ନକ୍ଷତ୍ର କଳା, ସାହିତ୍ୟ, ସଙ୍ଗୀତ ସାଧନାରେ ମନୋନିବେଶ କରିବେ।
ମିଥୁନ
 ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆଶାନୁରୂପ ଫଳ ପାଇବେ। ମୃଗଶିରା ନକ୍ଷତ୍ର ରଚନାମତ୍କ କାର୍ଯ୍ୟରୁ ସାମାଜିକ ସ୍ତରରେ ପ୍ରଶଂସିତ ହେବେ। ସାମାଜିକ ସ୍ତରରେ ସେବା ଓ ପରୋପକାର ମନୋବୃତ୍ତିରୁ ପ୍ରଶଂସିତ ହେବେ।
କର୍କଟ
ପାଖ ପଡ଼ୋଶୀ ସହଯୋଗର ହାତ ବଢ଼ାଇବେ ଏବଂ ଲୋକ ଚିହ୍ନିବାରେ ମଉକା ପାଇବେ। କର୍ମକ୍ଷେତ୍ରରେ ଗୁରୁ ଦାୟିତ୍ୱ ବହନ କରି ବ୍ୟସ୍ତ ହୋଇପାରନ୍ତି। ପୁଷ୍ୟା ନକ୍ଷତ୍ରର ସଚେତନତା ଅଭାବରୁ ପୁରାତନ ରୋଗର ପୀଡ଼ା ବୃଦ୍ଧି ପାଇପାରେ।
ସି˚ହ
 ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜି ପାରେ। ଲେଖାପଢ଼ାରେ ଆଳସ୍ୟ ଓ ଅବହେଳା ପ୍ରଦର୍ଶନ କରିପାରନ୍ତି। ସ୍ବାସ୍ଥ୍ୟ ସମସ୍ୟା କ୍ରମଶଃ ବୃଦ୍ଧି ପାଉଥିବାରୁ ମନ ଉଦ୍‌ବେଗଯୁକ୍ତ ହୋଇପାରେ।
କନ୍ୟା

ପୂର୍ବ ନିର୍ଦ୍ଧାରିତ ଯୋଜନା ଠିକ୍‌ ଭାବରେ ବଦଳାଇବା ପାଇଁ କଷ୍ଟକର ହେବ। ହସ୍ତା ନକ୍ଷତ୍ର ସନ୍ଦେହ କାରଣରୁ ପତ୍ନୀଙ୍କ ସହ ସାମୟିକ ମତାନ୍ତର ସୃଷ୍ଟି ହୋଇପାରେ। ଆତ୍ମପ୍ରଶଂସା ପ୍ରିୟତା କାରଣରୁ ପରକଥାରେ ମନ ଦେଇ ନିଜ କାମକୁ ଅବହେଳା କରିବେ। ଆର୍ଥିକ ସ୍ଥିତି ପୂର୍ବପରି ରହିବା ହେତୁ ନୂଆ ନୂଆ ଯୋଜନାର ରୂପରେଖ ପ୍ରସ୍ତୁତ କରିବେ।
ତୁଳା

କାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ବିଳମ୍ବରେ ପାଇବେ। ସ୍ବାତୀ ନକ୍ଷତ୍ର ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ବ୍ୟବସାୟରେ ଲାଭ ମିଳିବ, ମାତ୍ର ନିଜର ଅବହେଳାରୁ ଅନ୍ୟ ବାଟରେ ବ୍ୟୟ ହେବ। ବିଳାସ ପ୍ରାଚୁର୍ଯ୍ୟ ମଧ୍ୟରେ ସମୟ ଅତିବାହିତ ହେବାର ସାମୟିକ ଖୁସି ଅନୁଭବ କରିବେ।
ବିଛା
ଅତି ନିଜର ବୋଲି ଭାବୁଥିବା ବନ୍ଧୁଟି ହିଁ ସ୍ବାର୍ଥବାଦୀ ହୋଇପଡ଼ିବ। ଯାତ୍ରା, ପ୍ରଶାସନ, ଆଇନ, କଳା ଓ ସାହିତ୍ୟ କ୍ଷେତ୍ର ମନ୍ଦ ହେବନି। ଅନୁରାଧା ନକ୍ଷତ୍ରର ଆଜିର ପ୍ରତ୍ୟୁଷ ଯାତ୍ରାରେ ଯାନ୍ତ୍ରିକ ତ୍ରୁଟି ଯାତ୍ରାକୁ ବିଳମ୍ବ କରିବ। ବହୁତ ଦିନରୁ ରହିଥିବା ବକେୟା ଟଙ୍କା ବନ୍ଧୁଙ୍କ ସହାୟତାରୁ ଆଜି ପାଇବେ।
ଧନୁ
 ଭୁଲ୍‌ ବଶତଃ ନିର୍ଦ୍ଦିଷ୍ଟ ସ୍ଥାନରେ ନ ରଖି ଅନ୍ୟସ୍ଥାନରେ ରଖିଥିବା ଜିନିଷଟି ଆଜି ହଠାତ୍‌ ପାଇଯିବେ। ବହୁତ ଦିନରୁ ସ୍ଥଗିତ ରହିଥିବା କାମକୁ ଆଜି ଦୃଢ଼ ପଦକ୍ଷେପ ନେଇ ସମ୍ପନ୍ନ କରିବେ। ପରିବାରରେ ଦାୟିତ୍ୱ କ୍ରମଶଃ ବୃଦ୍ଧି ପାଇବାରୁ ସାମୟିକ ଟେନ୍ସନ ବୃଦ୍ଧି ପାଇବ।
ମକର
ପରିବାରରେ ଛୋଟ କଥାକୁ କେନ୍ଦ୍ର କରି କଳହ ସୃଷ୍ଟି ହେବାର ସୂଚନା ରହିଛି। ପୂର୍ବଶତ୍ରୁତାକୁ କେନ୍ଦ୍ରକରି ନିଜଲୋକଙ୍କଠାରୁ ଆସ୍ଥାହରାଇ ବସିବେ। ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବା ସାଙ୍ଗକୁ ଚାକିରକ୍ଷେତ୍ରରେ ପଦୋନ୍ନତି ଘଟିବ।
କୁମ୍ଭ
 ପରିବାରର ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବାରୁ ସାମୟିକ ବ୍ୟସ୍ତତା ବୃଦ୍ଧି ପାଇବ। ଶତଭିଷା ନକ୍ଷତ୍ରର କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ। ପରିବାରର ସହମତି ପ୍ରକାରେ ଇଚ୍ଛାମୁତାବକ କାମକରିବାରେ ସଫଳ ହେବେ।
ମୀନ
 ଆଲୋଚନା ପରିସରରେ ନିଜର ପ୍ରତିକ୍ରିୟା ହଠାତ୍‌ ପ୍ରକାଶ କରିବା ଠିକ୍‌ ହେବନାହିଁ। ସମସ୍ୟା ରହିଥିଲେ ମଧ୍ୟ ଆଜି ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ। ରେବତୀ ନକ୍ଷତ୍ର ସ୍ବାସ୍ଥ୍ୟରେ ଉନ୍ନତି ଘଟିବା ସଙ୍ଗକୁ ପୁରାତନ ରୋଗପୀଡ଼ାରୁ କଷ୍ଟ ପାଇବେ।

What's Your Reaction?

like

dislike

love

funny

angry

sad

wow