ରାଶିଫଳ

Jul 26, 2024 - 12:03
 0  4
ରାଶିଫଳ

ମେଷ

 ଗୃହ ସମସ୍ୟା ସମାଧାନ ସାଙ୍ଗକୁ ଆନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ। ଅଫିସରେ ଅନ୍ୟମାନଙ୍କ କଥା ଭଲ ଲାଗିବ ନାହିଁ। କୃତ୍ତିକା ନକ୍ଷତ୍ର ରାଜନୈତିକ କ୍ଷେତ୍ର, ସଭାସମିତି ଓ ସଂଗଠନ କ୍ଷେତ୍ରରୁ ପ୍ରଶଂସିତ ହେବେ।
ବୃଷ

 କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ସମାଧାନ ସାଙ୍ଗକୁ ସକାଳୁ ଯାହା କରିବେ ସଫଳତା ପାଇବେ। ମୃଗଶିରା ନକ୍ଷତ୍ର ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇ ଯିବେ। ଯୋଜନାରମ୍ଭ ସକାଶେ ମୋଟା ଅଙ୍କର ଅର୍ଥ ଆବଶ୍ୟକ ହୋଇପାରେ।
ମିଥୁନ

 ପ୍ରତ୍ୟେକ କ୍ଷେତ୍ରରେ ଖର୍ଚ୍ଚ ବୃଦ୍ଧି ଯୋଗୁ ମନରେ ସରସତା ରହିବ ନାହିଁ। ନିଷ୍ପତ୍ତିର ଶେଷ ପର୍ଯ୍ୟାୟରେ ସବୁ କିଛି ଶେଷ ସମୟରେ ଓଲଟ ପାଲଟ ହୋଇଯିବ। ଆରର୍ଦ୍ରା ନକ୍ଷତ୍ର ସକାଶେ ରୁକ୍ଷ ବ୍ୟବହାର ବନ୍ଧୁଙ୍କ ମନରେ ଅଘାତ ଦେଇପାରେ।
କର୍କଟ

 ପୁନର୍ବସୁ ନକ୍ଷତ୍ର ପରିସ୍ଥିତିରେ ପଡ଼ି ଅଧିକ ଖର୍ଚ୍ଚ କରିବାକୁ ବାଧ୍ୟ ହେବେ। ପିଲାଙ୍କ କଳହକୁ କେନ୍ଦ୍ରକରି ପଡ଼ୋଶୀ କ୍ରୋଧ ପ୍ରକାଶ କରିବେ। ଆର୍ଥିକ ସ୍ଥିତି ଉନ୍ନତ ନ ହେଲେ ମଧ୍ୟ ଦୈନନ୍ଦିନର ଆବଶ୍ୟକତା ପୂରଣ କ୍ଷେତ୍ରରେ ବିଶେଷ ଅସୁବିଧା ରହିବ ନାହିଁ।
ସି˚ହ

ପ୍ରତ୍ୟେକ କ୍ଷେତ୍ରରେ ଜିଦ୍‌ରେ ଅଟଳ ରହି ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ। ବନ୍ଧୁ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍‌ କାମ କରିପାରନ୍ତି। ବିବାଦୀୟ ଘଟଣା ଟିକିଏ ଜଟିଳ ଆଡ଼କୁ ଗତି କଲେ ମଧ୍ୟ ଜିତାପଟ ଆପଣଙ୍କର ହେବ। 
କନ୍ୟା

କୌଣସି ବିବାଦୀୟ ପରିସ୍ଥିତିରେ ପକ୍ଷଭୁକ୍ତ ହୋଇ ମଧ୍ୟସ୍ଥତା କଲେ ସମାଲୋଚିତ ହେବେ। ମାନସିକ ଓ ଶାରୀରିକ ସ୍ବାସ୍ଥ୍ୟ ସକାଶେ ପ୍ରତିକୂଳ ପ୍ରଭାବ ପଡିପାରେ। ତର୍କବିତର୍କ କାରଣରୁ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ। 
ତୁଳା

ସ୍ବାର୍ଥସାଧନ ପରିପେକ୍ଷୀରେ ମିତ୍ରମାନେ ଈର୍ଷାପରାୟଣ ହୋଇ ଆପଣଙ୍କ ପ୍ରତିଷ୍ଠା ଓ ପ୍ରଶଂସାକୁ ଅଣଦେଖା କରିପାରନ୍ତି। ଅପରିଣାମଦର୍ଶୀ ଭାବରେ କୌଣସି କ୍ଷେତ୍ରରେ ମୁଣ୍ଡ ପୂରାନ୍ତୁ ନାହିଁ। ଚିତ୍ରା ନକ୍ଷତ୍ର ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ତର୍କର ସମ୍ମୁଖୀନ ହେବେ। 
ବିଛା

 ଲେଖା ପଢ଼ାରୁ, କଳା, ସାହିତ୍ୟରେ ଓ ଅଭିନୟ ଜଗତରୁ ପ୍ରଶଂସା ପାଇବେ। ଜ୍ୟେଷ୍ଠା ନକ୍ଷତ୍ରର ଅସାବଧାନତାରୁ ଦ୍ରବ୍ୟ ନଷ୍ଟ କିମ୍ବା ଧନହାନି ଘଟିପାରେ। ପାରିବାରିକ ସ୍ତରରେ ଯେଉଁଥିପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ।
ଧନୁ

କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ବିରକ୍ତି ପ୍ରକାଶ କରିପାରନ୍ତି। ଉତ୍ତରାଷାଢ଼ା ନକ୍ଷତ୍ର ଅନ୍ୟମାନଙ୍କ ସାହାଯ୍ୟର ପ୍ରତିଶ୍ରୁତିରୁ ମନ ହାଲୁକା ରହିପାରେ। ଅପରାହ୍ନରେ ସାମୟିକ ଭାବରେ ଖର୍ଚ୍ଚଭାର ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି। 
ମକର

 ଶ୍ରବଣା ନକ୍ଷତ୍ର ପ୍ରତିଯୋଗିତା, ପ୍ରତିଦ୍ୱନ୍ଦ୍ୱିତା କିମ୍ବା ବିବାଦୀୟ ଘଟଣାରେ ବିଜୟୀ ହେବେ। ଅନ୍ୟମାନଙ୍କୁ ସୁହାଇଲା ଭଳି କଥା କହି ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ। ବୟସ୍କ ବ୍ୟକ୍ତିଙ୍କଠାରୁ ଶ୍ରଦ୍ଧା ଓ ଗଠନମୂଳକ ପରାମର୍ଶ ପାଇ ଖୁସି ହେବେ।
କୁମ୍ଭ

ହଠାତ୍‌ ନିଜର ପ୍ରିୟ ବନ୍ଧୁଟିର କୌଣସି ଘଟଣା ମନକୁ ବିବ୍ରତ କରିପାରେ। ଜମିଜମା, ଯାନବାହନ, ବାଣିଜ୍ୟ, ବ୍ୟବସାୟ ସମସ୍ୟା କ୍ରମଶଃ ଜଟିଳ ହେବାର ଆଶଙ୍କା ଦେଖାଦେବ। ଧନିଷ୍ଠା ନକ୍ଷତ୍ର ସଭାସମିତିକୁ ଆହୂତ ହୋଇପାରନ୍ତି।
ମୀନ

 କେତେକ କ୍ଷେତ୍ରରେ ଅଜଣା ଭୟରେ ଆତଙ୍କିତ ହୋଇ କୌଣସି କାର୍ଯ୍ୟାରମ୍ଭ କରିପାରିବେ ନାହିଁ। ପରିବାରରେ ଛୋଟଛୋଟ କଥାକୁ କେନ୍ଦ୍ର କରି କଳହ ସୃଷ୍ଟି ହୋଇପାରେ। କଳା, ସାହିତ୍ୟ ତଥା ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରଶଂସାର ପାତ୍ର ହେବେ।

What's Your Reaction?

like

dislike

love

funny

angry

sad

wow