ଶ୍ରୀଲଙ୍କା ବିପକ୍ଷରେ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ କ୍ଲିନ୍ ସୁଇପ୍ କରିଛି ଟିମ୍ ଇଣ୍ଡିଆ

ଶ୍ରୀଲଙ୍କା ବିପକ୍ଷରେ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ କ୍ଲିନ୍ ସୁଇପ୍ କରିଛି ଟିମ୍ ଇଣ୍ଡିଆ । ପ୍ରଥମ ମ୍ୟାଚ୍ରୁ ଶାନ୍ଦାର ପ୍ରଦର୍ଶନ କରିଆସିଥିବା ଭାରତୀୟ ଟିମ୍ ଶେଷ ମ୍ୟାଚ୍ରେ ମଧ୍ୟ ରୋମାଞ୍ଚକର ବିଜୟ ହାସଲ କରିଛି । ଏହି କ୍ଲିନ୍ ସୁଇପ୍ରେ ଭାରତୀୟ ଟିମ୍ର କ୍ୟାପ୍ଟେନ୍ ସୂର୍ଯ୍ୟକୁମାର ଯାଦବ ଟ୍ରଫି ରିୟାନ ପରାଗ ଏବଂ ରିଙ୍କୁ ସିଂକୁ ଦେଇ ଦେଇଥିଲେ । କାରଣ ଏହି ଦୁଇ ଖେଳାଳି ବୋଲିଂରେଦେଖାଇଥିଲେ ନିଜର ଜଲୱା। ଶ୍ରୀଲଙ୍କା ବିପକ୍ଷରେ କ୍ରମାଗତ ତୃତୀୟ ବିଜୟ ହାସଲ କରି ଭାରତ ଟି-୨୦ ସିରିଜ କବ୍ଜା କରିଛି। ଶେଷ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୯ ୱିକେଟ ହରାଇ ୧୩୭ ରନ କରିଥିଲା ସଂଗ୍ରହ। ଏହାର ଜବାବରେ ଆୟୋଜକ ଦଳ ମଧ୍ୟ ୨୦ ଓଭରରେ ୮ ୱିକେଟ ହରାଇ ୧୩୭ ରନ କରି କରିଥିଲା ମ୍ୟାଚ୍ ଡ୍ର। ଫଳରେ ମ୍ୟାଚ ପହଞ୍ଚିଥିଲା ସୁପର ଓଭରରେ। ଯେଉଁଥିରେ ଜିତିଥିଲା ଭାରତ। କ୍ୟାପ୍ଟେନ ସୂର୍ଯ୍ୟକୁମାର ଯାଦବ ୱାଶିଂଟନ ସୁନ୍ଦରଙ୍କୁ ସୁପର ଓଭର ବୋଲିଂ କରିବାର ପାଇଁ ଦେଇଥିଲେ ଏବଂ ସେ କୁସାଲ ପେରେରା ଏବଂ ପୃଥ଼୍ବ ନିଶଙ୍କାଙ୍କୁ ଆଉଟ୍ କରି ଭାରତ ପାଇଁ ମାତ୍ର ୩ ରନ୍ର ଲକ୍ଷ୍ୟ ରଖିଥିଲେ। ଯାହାକି ଭାରତ ସୁପର ଓଭରର ପ୍ରଥମ ବଲ୍ରେ ହିଁ ଚୌକା ମାରି ଜିତି ନେଇଥିଲା ।
What's Your Reaction?






