ସିରିଜର ତୃତୀୟ ମ୍ୟାଚ ହାରି ଏକ ଲଜ୍ଜାଜନକ ରେକର୍ଡ ହାସଲ କରିଛି ଶ୍ରୀଲଙ୍କା

Aug 1, 2024 - 12:14
 0  2
ସିରିଜର ତୃତୀୟ ମ୍ୟାଚ ହାରି  ଏକ ଲଜ୍ଜାଜନକ ରେକର୍ଡ ହାସଲ କରିଛି ଶ୍ରୀଲଙ୍କା

ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ କ୍ଲିନ୍‌ସୁଇପ୍‌ କରିଛି ଭାରତ। ସୁର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ କ୍ରମାଗତ ତିନୋଟି ମ୍ୟାଚ ଜିତି ସିରିଜ କରିଛି କବଜା। ସିରିଜର ତୃତୀୟ ମ୍ୟାଚ ହାରି ଶ୍ରୀଲଙ୍କା ଏକ ଲଜ୍ଜାଜନକ ରେକର୍ଡ ହାସଲ କରିଛି। ଏହି ପରାଜୟ ସହିତ ଶ୍ରୀଲଙ୍କାକୁ ‘ପରାଜୟର’ ଦାଗ ଲାଗଛି॥ ଭାରତ ବିପକ୍ଷ ତୃତୀୟ ଟି-୨୦ ହରାଇବା ପରେ ଶ୍ରୀଲଙ୍କା ଅନ୍ତର୍ଜାତୀୟ ଟି-୨୦ରେ ସବୁଠୁ ଅଧିକ ମ୍ୟାଚ୍‌ ପରାଜୟବରଣ କରିଛି। ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟି-୨୦ ସିରିଜ ପୂର୍ବରୁ ଏହି ଲଜ୍ଜାଜନକ ରେକର୍ଡ ବାଂଲାଦେଶ ନାମରେ ରେକର୍ଡ କରାଯାଇଥିଲା। ଏହା ବର୍ତ୍ତମାନ ଶ୍ରୀଲଙ୍କା ନାମରେ ହୋଇଛି। ଅନ୍ତର୍ଜାତୀୟ ଟି-୨୦ରେ ଶ୍ରୀଲଙ୍କା ସର୍ବାଧିକ ୧୦୫ ମ୍ୟାଚ ହାରିଛି। ଏହି ତାଲିକାରେ ବାଂଲାଦେଶ ଦ୍ୱିତୀୟ ସ୍ଥାନରେ ରହିଛି। ବାଂଲାଦେଶ ୧୦୪ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚରେ ପରାଜୟର ସମ୍ମୁଖୀନ ହୋଇଛି।

What's Your Reaction?

like

dislike

love

funny

angry

sad

wow