ଆଜିଠାରୁ ୯ ଦିନ ଧରି ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ

Jan 14, 2025 - 12:52
 0  5
ଆଜିଠାରୁ ୯ ଦିନ ଧରି ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ

ଆଜିଠାରୁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ। କୁମ୍ଭୀର ଗଣନା ପାଇଁ ୧୪ ତାରିଖ ଠାରୁ ୨୨ ତାରିଖ ପର୍ଯ୍ୟନ୍ତ ୯ ଦିନ ଧରି ବନ୍ଦ ରହିବ ଭିତରକନିକା। ପର୍ଯ୍ୟଟକ ମାନେ ଭିତରକନିକା ନଆସିବାକୁ ରାଜନଗର ବନବିଭାଗ ପକ୍ଷରୁ ଦିଆଯାଇଛି ସୂଚନା। ପ୍ରତି ବର୍ଷ ପରି ଚଳିତ ବର୍ଷ ପ୍ରଥମେ ବନ୍ଦ ରହିବ  ବୋଟ ଚଳାଚଳ। ପରେ ନଦୀର ଜଳ ସ୍ଥିର ହେବା ପରେ ଆରମ୍ଭ ହେବ କୁମ୍ଭୀର ଗଣନା। କୁମ୍ଭୀର ବିଶାରଦ ସୁଧାକର କରଙ୍କ ନେତୃତ୍ୱରେ ବନ କର୍ମଚାରୀମାନେ ଗଣନା କରିବେ କୁମ୍ଭୀର। ରାଜନଗର ବନଖଣ୍ଡର କନିକା, ରାଜନଗର, ମହାକାଳପଡ଼ା ଓ ଗହୀରମଥା ୪ଟି ରେଞ୍ଜରେ ସକାଳ ଏବଂ ସନ୍ଧ୍ୟା ସମୟରେ ହୁଲି ଡଙ୍ଗା ସାହାଯ୍ୟରେ ଅନୁଷ୍ଠିତ ହେବ କୁମ୍ଭୀର ଗଣନା। ଗତବର୍ଷ ଭିତରକନିକାରେ ଗଣନା କରାଯାଇଥିଲା ୧ ହଜାର ୮ଶହ ୧୧ଟି କୁମ୍ଭୀର। ଚଳିତ ବର୍ଷ ମଧ୍ୟ କୁମ୍ଭୀର ସଂଖ୍ୟା ବୃଦ୍ଧି ପାଇବା ନେଇ ବନବିଭାଗ ଆଶା ରଖିଥିବା ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ। 

What's Your Reaction?

like

dislike

love

funny

angry

sad

wow