ଆମେରିକା ପକ୍ଷରୁ ଟାରିଫ ଉପରେ ୯୦ ଦିନିଆ ବିରାମ ଦେବାର ନିଷ୍ପତ୍ତି ପରେ ଆଜି ପୁଣି ଶେୟାର ବଜାରରେ ବୃଦ୍ଧି ଦେଖାଦେଇଛି

ଆମେରିକା ପକ୍ଷରୁ ଟାରିଫ ଉପରେ ୯୦ ଦିନିଆ ବିରାମ ଦେବାର ନିଷ୍ପତ୍ତି ପରେ ଆଜି ପୁଣି ଶେୟାର ବଜାରରେ ବୃଦ୍ଧି ଦେଖାଦେଇଛି

ଆମେରିକା ପକ୍ଷରୁ ଟାରିଫ ଉପରେ ୯୦ ଦିନିଆ ବିରାମ ଦେବାର ନିଷ୍ପତ୍ତି ପରେ ଆଜି ପୁଣି ଶେୟାର ବଜାରରେ ବୃଦ୍ଧି ଦେଖାଦେଇଛି। ବଜାର ତିନି ଦିନର ବନ୍ଦ ପରେ ଆଜି ଖୋଲିଥିଲା ଏବଂ ଖୋଲିବା ମାତ୍ରେ ଏଥିରେ ପ୍ରାୟ ଦେଖାଯାଇଥିଲା ୨ ପ୍ରତିଶତ ବୃଦ୍ଧି ସେନସେକ୍ସ ୧୫୭୩.୯୦ ପଏଣ୍ଟ ବୃଦ୍ଧି ସହିତ ୭୬,୭୩୨.୩୪ ପଏଣ୍ଟ ନିକଟରେ କାରବାର କରୁଛି।ଭାରତୀୟ ଶେୟାର  ବଜାରରେ  ଆଜି ସବୁଜ ରଙ୍ଗ ଛାଇ ରହିଛି। ସେନସେକ୍ସର ୩୦ଟି ଶେୟାର ମଧ୍ୟରୁ ୨୮ଟି ସବୁଜ ଚିହ୍ନ ସହିତ କାରବାର କରୁଛନ୍ତି, ଯେଉଁଥିରେ ଟାଟା ମୋଟର୍ସର ଶେୟାରରେ ଜବରଦସ୍ତ ବୃଦ୍ଧି ଦେଖାଯାଉଛି। ମୋଟର୍ସର ଶେୟାର .୧୧ ପ୍ରତିଶତ ବୃଦ୍ଧି ସହିତ ୬୨୫.୪୫ ଟଙ୍କାରେ କାରବାର କରୁଛି। ସେହିପରି ଏଲଟି, ଏଚଡିଏଫସି ଏବଂ ମହିନ୍ଦ୍ରାର ଶେୟାର ମଧ୍ୟ ସବୁଜ ଚିହ୍ନ ସହିତ ଦେଖାଯାଉଛି।