ଖେଳ ସମୟରେ ବାଂଲାଦେଶର ଶୀର୍ଷ ଚେସ୍‌ ଗ୍ରାଣ୍ଡମାଷ୍ଟରଙ୍କ ଘଟିଛି ମୃତ୍ୟୁ

Jul 7, 2024 - 13:28
 0  4
ଖେଳ ସମୟରେ ବାଂଲାଦେଶର ଶୀର୍ଷ ଚେସ୍‌ ଗ୍ରାଣ୍ଡମାଷ୍ଟରଙ୍କ  ଘଟିଛି ମୃତ୍ୟୁ

କ୍ରୀଡା ଜଗତ ସହ ଜଡିତ ଏକ ଖରାପ ଖବର  ଆସିଛି ସାମ୍ନାକୁ। ଖେଳ ସମୟରେ ବାଂଲାଦେଶର ଶୀର୍ଷ ଚେସ୍‌ ଗ୍ରାଣ୍ଡମାଷ୍ଟରଙ୍କ ମୃତ୍ୟୁ ଘଟିଛି। ବାଂଲାଦେଶର ଖ୍ୟାତନାମା ଚେସ ଗ୍ରାଣ୍ଡମାଷ୍ଟର ଜିଆଉର ରେହମାନ(୫୦)ଙ୍କର ଜୁଲାଇ ୫ ରେ ମୃତ୍ୟୁ ଘଟିଛି। ଜାତୀୟ ଚାମ୍ପିଅନସିପ୍‌ ମ୍ୟାଚ୍‌ ସମୟରେ ତାଙ୍କର ହୃଦ୍‌ଘାତ ହୋଇଥିଲା, ଏହାପରେ ତାଙ୍କର ମୃତ୍ୟୁ ହୋଇଛି।ବାଂଲାଦେଶରେ ଚାଲିଥିବା ଚାମ୍ପିଅନଶିପ୍‌ର ଦ୍ୱାଦଶ ରାଉଣ୍ଡରେ ସାଥୀ ଗ୍ରାଣ୍ଡମାଷ୍ଟର ଏନାମୁଲ ହୁସେନଙ୍କ ବିପକ୍ଷରେ ଖେଳୁଥିବାବେଳେ ଜିଆଉର୍‌ ରେହମାନ ହଠାତ୍‌ ବୋର୍ଡ ଉପରେ ବେହୋସ୍‌ ହୋଇଯାଇଥିଲେ। ପରେ ତାଙ୍କୁ ଢ଼ାକା ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ବାଂଲାଦେଶ ଚେସ୍‌ ଫେଡେରେଶନର ସାଧାରଣ ସମ୍ପାଦକ ଶାହାବ ଉଦ୍ଦିନ ଶାମିମ କହିଛନ୍ତି ଯେ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ଜିଆଉର ରହମାନଙ୍କ ମୃତ୍ୟୁ ଘଟିଥିଲା।କହିରଖୁଛୁ, ଜିଆଉର୍‌ ରେହମାନଙ୍କ ପୁଅ ମଧ୍ୟ ଏହି ଚାମ୍ପିଅନଶିପରେ ତାଙ୍କ ସହ ଖେଳୁଥିଲେ। ଜିଆଉର ବାଂଲାଦେଶର ଶୀର୍ଷ ମାନ୍ୟତା ଚେସ ଗ୍ରାଣ୍ଡମାଷ୍ଟରମାନଙ୍କ ମଧ୍ୟରୁ ଜଣେ । ସେ ଅନେକ ଥର ଜାତୀୟ ଚାମ୍ପିୟନଶିପ ଜିତିଥିଲେ। ସେ ୨୦୨୨ ମସିହାରେ ଭାରତର ୪୪ ତମ ଚେସ ଅଲିମ୍ପିଆଡ୍‌ରେ ବାଂଲାଦେଶର ପ୍ରତିନିଧିତ୍ୱ କରିଥିଲେ। ହେଲେ ରେହମାନଙ୍କ ଅକାଳ ବିୟୋଗରେ ଚେସ୍‌ କ୍ରୀଡା ଜଗତରେ ଶୋକର ଲହରୀ ଖେଳିଯାଇଛି।

What's Your Reaction?

like

dislike

love

funny

angry

sad

wow