ନୀରଜ ଚୋପ୍ରାଙ୍କୁ ନେଇ କୋଚ୍‌ ଦେଲେ ବଡ଼ ସୂଚନା

Jul 21, 2024 - 16:59
 0  5
ନୀରଜ ଚୋପ୍ରାଙ୍କୁ ନେଇ କୋଚ୍‌ ଦେଲେ ବଡ଼ ସୂଚନା

ଖୁବ୍‌ଶୀଘ୍ର  ଅନୁଷ୍ଠିତ ହେବାକୁ ଯାଉଛି ପ୍ୟାରିସ୍‌ ଅଲମ୍ପିକ୍‌। ଏହି ଅଲମ୍ପିକ୍‌ରେ ଭାରତୀୟ କ୍ରୀଡ଼ାବିତ୍‌ମାନଙ୍କ ଠାରୁ ଦେଶ ଅଧିକରୁ ଅଧିକ ପଦକ ଆଶା କରୁଛି । ଏହି କ୍ରମରେ ଦେଶବାସୀ ଜାଭେଲିନ୍‌ ଷ୍ଟାର ତଥା ଆଥଲେଟ୍‌ ନୀରଜ ଚୋପ୍ରାଙ୍କୁ ଠାରୁ ନିଶ୍ଟିତ ପଦକ ଆଶା ରଖିଛନ୍ତି । ହେଲେ ଅଲମ୍ପିକ୍‌ ପୂର୍ବରୁ ନୀରଜଙ୍କୁ ଲାଗିଥିବା ଆଘାତ ଚିନ୍ତା ବଢ଼ାଇ ଦେଇଛି । କିନ୍ତୁ ବର୍ତ୍ତମାନ ତାଙ୍କର ଜର୍ମାନ କୋଚ କ୍ଲାଉସ ବାର୍ଟୋନିଜ ଏ ବାବଦରେ ଏକ ବଡ ଅପଡେଟ୍‌ ଦେଇଛନ୍ତି। ବାର୍ଟୋନିଜ ନୀରଜଙ୍କ ଫିଟନେସ ନେଇ କହିଛନ୍ତି ଯେ ସେ ଏବେ ସମ୍ପୂର୍ଣ୍ଣ ଠିକ୍‌ ଅଛନ୍ତି । ଆଗାମୀ ଅଲମ୍ପିକ୍ସ ପାଇଁ ସେ ଏବେ କଠିନ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ନୀରଜ ତାଙ୍କ ଜଙ୍ଘରେ କିଛି ଯନ୍ତ୍ରଣା ଅନୁଭବ କରୁଥିବାରୁ ସେ ମେ ୨୮ରେ ଓଷ୍ଟ୍ରାଭା ଗୋଲଡେନ ସ୍ପାଇକ ଛାଡିବାକୁ ନିଷ୍ପତ୍ତି ନେଇଥିଲେ। ସେ ଜୁନ ୧୮ରେ ଫିନଲ୍ୟାଣ୍ଡର ପାଭୋ ନୁରମି ଗେମ୍ସରେ ୮୫.୯୭ ମିଟର ଜାଭେଲିନ୍‌ ଫିଙ୍ଗି ସୱର୍ଣ୍ଣ ପଦକ ଜିତି ପୁଣି ଫର୍ମକୁ ଫେରିଥିଲେ । ଟୋକିଓ ଅଲିମ୍ପିକ୍ସରେ ସ଼୍ବର୍ଣ୍ଣ ଜିତି ଇତିହାସ ସୃଷ୍ଟି କରିଥିବା ୨୬ ବର୍ଷୀୟ ନୀରଜ ପୁଣିଥରେ ଜୁଲାଇ ୨୬ ରୁ ପ୍ୟାରିସ ଅଲିମ୍ପିକ୍ସରେ ଦମ୍‌ଦାର ପ୍ରଦର୍ଶନ କରିବା ନେଇ ଆଶା କରାଯାଉଛି । 

What's Your Reaction?

like

dislike

love

funny

angry

sad

wow