ବରଗଡ଼ କୁର୍ଲା ଜଙ୍ଗଲରୁ ମୁମୂର୍ଷୁ ଅବସ୍ଥାରେ ଯୁବତୀ ଉଦ୍ଧାର ହେବା ଘଟଣାରେ ଥାନାରେ ଏତଲା ।
ବରଗଡ଼ କୁର୍ଲା ଜଙ୍ଗଲରୁ ମୁମୂର୍ଷୁ ଅବସ୍ଥାରେ ଯୁବତୀ ଉଦ୍ଧାର ହେବା ଘଟଣାରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ବରଗଡ଼ ଟାଉନ୍ ଥାନାରେ ହୋଇଛି ଏତଲା । ସେପଟେ ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବରଗଡ-ଭଟଲି ରାସ୍ତାର ବରଡୋଲ ଛକରେ ରାସ୍ତା ରୋକ କରିଛନ୍ତି ଗ୍ରାମବାସୀ। ଫଳରେ ଠପ୍ ହୋଇଛି ଯାତାୟାତ ।ମଙ୍ଗଳବାର ବରଗଡ଼ ଜିଲ୍ଲାର କୁର୍ଲା ଜଙ୍ଗଲରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବତୀଙ୍କୁ କରାଯାଇଥିଲା ଉଦ୍ଧାର। ଯୁବତୀଙ୍କୁ ଗଣଦୁଷ୍କର୍ମ କରି ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ ପରିବାର ଲୋକେ। ଏହି ଘଟଣାକୁ ୩ ଦିନ ବିତିଥିଲେ ମଧ୍ୟ ଟେର ପାଇନାହିଁ ପୋଲିସ।
What's Your Reaction?