ରାଶିଫଳ

Jul 19, 2024 - 13:45
 0  3
ରାଶିଫଳ
ମେଷ

ନିର୍ମାଣାଧୀନ କାର୍ଯ୍ୟରେ କେତେକ ସମସ୍ୟା ହଠାତ୍‌ ଦେଖାଯିବା କାରଣରୁ ସ୍ଥଗିତ ରହିପାରେ। ଅଶ୍ୱିନୀ ନକ୍ଷତ୍ର ସକାଶେ ପରୋକ୍ଷ ଶତ୍ରୁତା, ମାଲିମକଦ୍ଦମା ସମ୍ବନ୍ଧୀୟ ଦୁଶ୍ଚିନ୍ତା ଲାଗିରହିବ। ସମ୍ପର୍କୀୟଙ୍କ ଉପରେ ଭରସା କରି କେଣସି କାମ କରିପାରିବେ ନାହିଁ।
ବୃଷ

 ରୋହିଣୀ ନକ୍ଷତ୍ର କୌଣସି ଆନୁଷ୍ଠାନିକ କାର୍ଯ୍ୟରେ ଯୋଗଦେଇ ସମ୍ମାନିତ ହୋଇପାରନ୍ତି। ପାରିବାରିକ ଶୃଙ୍ଖଳା ରକ୍ଷା କରିବାରେ ପାଖ ପଡ଼ୋଶୀମାନେ ସହାୟତା ଆଶା କରିପାରନ୍ତି। ସଙ୍ଗୀତ କଳା, ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର କ୍ଷେତ୍ରରେ ଉନ୍ନତି କରିବେ।
ମିଥୁନ

ଆତ୍ମୀୟଙ୍କ ଆହ୍ବାନରେ ମନୋରଞ୍ଜନ ସକାଶେ ମନ ବଳାଇ ପାରନ୍ତି। ପ୍ରତିଯୋଗୀ କିମ୍ବା ପ୍ରତିଦ୍ୱନ୍ଦ୍ୱୀ ଅଯଥା ଦୋଷାରୋପ କରି ସମସ୍ୟାକୁ ବଢାଇଦେବେ। ପରିବାର ଭିତରେ ପୁରୁଣା କଥାକୁ ବେଶି ଦୋହରାଇଲେ କଳହ ଲାଗିପାରେ।
କର୍କଟ

ପ୍ର୍ରତ୍ୟେକ ପରିସ୍ଥିତିକୁ ସଜାଡି ନେବାର କଳା, କୌଶଳରୁ କାମ ହାସଲ କରିପାରିବେ। ନିଜେ ଅସୁବିଧା ଭିତରେ ଚଳୁଥିଲେ ମଧ୍ୟ ବନ୍ଧୁଙ୍କ କାମରେ ଯଥାସାଧ୍ୟ ସାହାଯ୍ୟ କରିପାରନ୍ତି। ପୁଷ୍ୟା ନକ୍ଷତ୍ରର ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ। 
ସି˚ହ
ଆଜି ସକାଳୁ ବନ୍ଧୁଙ୍କ ସାକ୍ଷାତରୁ ଉପକୃତ ହୋଇ ପାରନ୍ତି। ଉତ୍ତରାଫାଲଗୁନୀ ନକ୍ଷତ୍ର ମାତ୍ରାଧିକ ଭ୍ରମଣ ଓ କାମର ଚାପ ବ୍ୟଥିତ କରିବ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ କିଛି ଆଶ୍ୱସ୍ତି ସୂଚକ କଥା ଶୁଣି ମନ ହାଲୁକା ହୋଇଯିବ। 
କନ୍ୟା

 ପରିବାରର ଆବଶ୍ୟକତା ଅନୁଭବ କରି ଗୃହୋପକରଣ କ୍ରୟ ଯୋଜନା କରିବେ। ବନ୍ଧୁଙ୍କ କଥାରେ ପଡ଼ି ସମସ୍ୟା ଥିବା ଘଟଣାରେ ମୁଣ୍ଡ ନ ପୂରାଇବା ଭଲ। ସାମୂହିକ କାମରେ ପଡ଼ୋଶୀ ସାହାଯ୍ୟ ପାଇଁ ଆଗେଇ ଆସିବେ।
ତୁଳା

 ଅନ୍ୟମାନଙ୍କ ସକାଶେ ଯେତେ ଭଲ କାମ କଲେ ସୁଦ୍ଧା ପର କଥା ଶୁଣି ସେମାନେ ଆପଣଙ୍କଠାରୁ ଦୂରେଇ ରହିପାରନ୍ତି। ବାଣିଜ୍ୟ, ଶିଳ୍ପ ଓ ପରିବହନରେ ସମସ୍ୟା ସମାଧାନ ହୋଇପାରେ। ଭ୍ରମଣ ଅବକାଶରେ ଖର୍ଚ୍ଚାନ୍ତ ହୋଇପାରନ୍ତି।
ବିଛା

 ରାଜନୀତି, ପ୍ରଶାସନିକ, କଳା, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ପ୍ରତ୍ୟେକ କ୍ଷେତ୍ରରେ ନିଜ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିଙ୍କ ସାହାଯ୍ୟ ସହଯୋଗ ପାଇପାରିବେ। ନିର୍ମାଣ କ୍ଷେତ୍ରରେ ସମସ୍ୟା ସମାଧାନ କରିବାରେ ସଫଳ ହେବେ।
ଧନୁ

ପ୍ରତ୍ୟେକ କ୍ଷେତ୍ରରେ ପ୍ରତିକୂଳତା ଦୂରେଇ ଯାଉଥିବା ଅନୁଭବ କରି ଆଶାବାଦୀ ହେବେ। ଦୀର୍ଘ ଦିନର ଅପେକ୍ଷା ପରେ ସାଙ୍ଗଙ୍କ ସାହାଯ୍ୟରେ ବକେୟା ଆଦାୟ କରିପାରିବେ। କ୍ରନିକ୍‌ ରୋଗ ସକାଶେ ଡାକ୍ତରଙ୍କ ପରାମର୍ଶ ପାଇଁ ଦୌଡିବାକୁ ପଡିପାରେ। 
ମକର

ବନ୍ଧୁଙ୍କ ସହାୟତାରେ ପାରିବାରିକ ଅସୁବିଧାକୁ ସୁଧାରି ନେବାର ପ୍ରଯତ୍ନ କରିବେ। ଶିଳ୍ପ, ବାଣିଜ୍ୟ, ପରିବହନ କ୍ଷେତ୍ରରେ ଲାଭ ନ ହୋଇପାରେ। ଉପରିସ୍ଥଙ୍କ ହସ୍ତକ୍ଷେପ ଫଳରେ ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ର ସମସ୍ୟା ସମାଧାନ ହୋଇଯିବ। 
କୁମ୍ଭ

ପାରିବାରିକ ଶୃଙ୍ଖଳା ରକ୍ଷା କରିବାକୁ ଯାଇ କଷ୍ଟ ସ୍ବୀକାର କରିବାକୁ ପଡ଼ିପାରେ। ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟା ରହିବ। ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ। ପାରିବାରିକ କ୍ଷେତ୍ରରେ ନୀରବ ରହିବାକୁ ବାଧ୍ୟ ହୋଇପାରନ୍ତି। 
ମୀନ

 ମିତ୍ରତା ବୃଦ୍ଧି, କାର୍ଯ୍ୟ ସଫଳ, କଳା, ସାହିତ୍ୟ, ସଙ୍ଗୀତରେ ପ୍ରତିଷ୍ଠାଲାଭର ସମ୍ଭାବନା ରହିଛି। ପ୍ରଶାସନିକ ସ୍ତରରେ ପ୍ରତିକୂଳ ପରିସ୍ଥିତିର ଚାପକୁ ଯଥା ସାଧ୍ୟ ନିୟନ୍ତ୍ରଣ ମଧ୍ୟରେ ରଖିବାରେ ସମର୍ଥ ହେବେ। ନିର୍ମାଣାଧୀନ କାମର ଜଞ୍ଜାଳ ହେତୁ ଗୁଡ଼ାଏ ଚିନ୍ତା କରି ମନକୁ ଭାରାକ୍ରାନ୍ତ କରିପାରନ୍ତି।

What's Your Reaction?

like

dislike

love

funny

angry

sad

wow