ଆଜିଠାରୁ ଆରମ୍ଭ ବିଶ୍ବପ୍ରସିଦ୍ଧ କୁମ୍ଭମେଳା
ଆଜିଠାରୁ ଆରମ୍ଭ ବିଶ୍ବପ୍ରସିଦ୍ଧ କୁମ୍ଭମେଳା। କୁମ୍ଭମେଳା ଲାଗି ଏହି ସମୟ ମଧ୍ୟରେ ପ୍ରାୟ ୪୫ କୋଟି ଶ୍ରଦ୍ଧାଳୁ କୁମ୍ଭମେଳାକୁ ଆସିବା ଆଶା କରାଯାଉଛି। କୁମ୍ଭମେଳାକୁ ଦୁର୍ଘଟଣାବିହୀନ, ଶାନ୍ତିଶୃଙ୍ଖଳାରେ ଆୟୋଜନ କରିବା ଲାଗି ମୁତୟନ ହୋଇଛନ୍ତି ୩୦ ହଜାରରୁ ଅଧିକ ପୋଲିସ । ସମଗ୍ର କୁମ୍ଭମେଳା ଇଲାକାରେ ଲଗାଯାଇଛି ପ୍ରାୟ ୨ ହଜାର ୭୦୦ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ କ୍ୟାମେରା । ଏହା ସହ ପ୍ରଥମ ଥର ଲାଗି କରାଯାଇଛି ଅଣ୍ଡରୱାଟର ଡ୍ରୋନ ବ୍ୟବସ୍ଥା। ଗଙ୍ଗା, ଯମୁନା, ସରସ୍ବତୀଙ୍କ ସଂଗମ ସ୍ଥଳୀରେ ଆୟୋଜିତ ଉତ୍ସବରେ ସାମିଲ ହେଲେଣି ହଜାର ହଜାର ସାଧୁ, ସନ୍ଥ ଓ ଦେଶବିଦେଶର ଶ୍ରଦ୍ଧାଳୁ ।ଭକ୍ତଙ୍କୁ ସୁରକ୍ଷା ଦେବା ଲାଗି କରାଯାଇଛି ବ୍ୟାପକ ବ୍ୟବସ୍ଥା । ଏହା ସହ ଏନଡିଆରଏପ ଓ କେନ୍ଦ୍ରୀୟ ସଶସ୍ତ୍ର ବାହିନୀ ବି ହୋଇଛନ୍ତି ମୁତୟନ । ୧୨୫ରୁ ଅଧିକ ଆମ୍ବୁଲାନ୍ସ ଓ ୭ଟି ରିଭର ଆମ୍ବୁଲାନସ ନିୟୋଜିତ ରହିଛି । କୁମ୍ଭମେଳା ଅବସରରେ ୧୩ ହଜାର ଟ୍ରେନର କରାଯାଇଛି ବ୍ୟବସ୍ଥା। ୧୪୪ ବର୍ଷ ପରେ ଘଟିବାକୁ ଯାଉଛି ଏହି ମହାସଂଯୋଗ । ଗୋଟିଏ ସ୍ଥାନରେ ଗୋଟିଏ ଘରେ ୪ଟି ଗ୍ରହ ଅର୍ଥାତ ସୂର୍ଯ୍ୟ, ଚନ୍ଦ୍ର, ଶନି ଓ ବୃହସ୍ପତି କରିବେ ଅବସ୍ଥାନ। ଏହି ସମୟରେ ସାହି ସ୍ନାନ କଲେ ବୈକୁଣ୍ଠ ପ୍ରାପ୍ତି ବିଶ୍ବାସ ରହିଛି । ଆସନ୍ତା ୧୪ରେ ସାହି ସ୍ନାନ ଲାଗି ରହିଛି ପବିତ୍ର ଯୋଗ।
What's Your Reaction?