ଆନ୍ତର୍ଜାତୀୟ ମାତୃଭାଷା ଦିବସ !

Feb 21, 2025 - 16:58
 0  10
ଆନ୍ତର୍ଜାତୀୟ ମାତୃଭାଷା ଦିବସ !


ନିଜର ପରିଚୟକୁ ସାବ୍ୟସ୍ତ କରିବାକୁ ହେଲେ ଯେ କୌଣସି ଜାତିକୁ  ଯୋଡ଼ିହେବାକୁ ହେବ ଭାଷା ସହିତ। ଏହା ସହିତ ଭାଷାର ବହୁଳ ବ୍ୟବହାର କରିବା ମଧ୍ୟ ଆବଶ୍ୟକ। ଆଜି ଅନ୍ତର୍ଜାତୀୟ ମାତୃଭାଷା ଦିବସ। ୨୦୦୦ ମସିହା ଫେବୃଆରୀ ୨୧ରେ ପ୍ରଥମ ଥର ପାଇଁ ଯୁନେସ୍କୋ ଆନୁକୂଲ୍ୟରେ ପାଳନ କରାଯାଇଥିଲା ଅନ୍ତର୍ଜାତୀୟ ମାତୃଭାଷା ଦିବସ। ମୂଳ ଉଦ୍ଦେଶ୍ୟ ଥିଲା ସମଗ୍ର ବିଶ୍ୱରେ ଭାଷାଭିତ୍ତିକ ଏବଂ ସାଂସ୍କୃତିକ ବିବିଧତା ଏବଂ ବହୁଭାଷୀତାକୁ ପ୍ରୋତ୍ସାହିତ କରିବା ତଥା ସୁରକ୍ଷା ଦେବା । ଏହିଦିନ ୧୯୫୨ର ବାଂଲାଦେଶ ଭାଷା ଆନ୍ଦୋଳନ ଦିବସକୁ ସ୍ମରଣ କରାଯାଇଥାଏ । ୨୧ ଫେବୃୟାରୀରେ ବାଂଲାଦେଶୀ ଭାଷା ଆନ୍ଦେଳନରେ ରାଜଧାନୀ ଢାକାରେ ଘଟିଥିଲା ୪ ଜଣ ବଙ୍ଗୀୟ ଛାତ୍ରଙ୍କ ମୃତ୍ୟୁ । ସେମାନଙ୍କ ବଳିଦାନକୁ ସମ୍ମାନ ଜଣାଇ ଏହି ଦିନ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ କରାଯିବା ପାଇଁ  ନିଷ୍ପତ୍ତି ନେଇଥିଲା ଜାତିସଂଘ। ପରେ ଜାତିସଂଘ ସାଧାରଣ ପରିଷଦ ୨୦୦୮କୁ ଅନ୍ତର୍ଜାତୀୟ ଭାଷା ବର୍ଷ ଭାବେ ଘୋଷଣା କରି ପୁଣି ପ୍ରତିପାଦନ କରିଛି ଏହାର ମହତ୍ତ୍ୱକୁ । ଆଧୁନିକତାରେ ହଜି ଯିବାକୁ ବସିଥିବା ବହୁ ଆଞ୍ଚଳିକ ଭାଷା ତଥା ମାତୃଭାଷା ବଞ୍ଚାଇବା ଏହି ଦିବସର ମୂଳ ଉଦ୍ଦେଶ୍ୟ ।

What's Your Reaction?

like

dislike

love

funny

angry

sad

wow