ଗଣମାଧ୍ୟମ ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶାବାସୀ ମର୍ମାହତ !

ଯେଉଁ ଦିନ ଅତି ଆତ୍ମବିଶ୍ୱାସୀ ବିଜେଡି ଦଳ ନିର୍ବାଚନରେ ପରାସ୍ତ ହୋଇ ଦେଶବାସୀଙ୍କୁ ହତବାକ କରିଥିଲା, ଓଡ଼ିଶାର ବହୁ ଲୋକ ତଥା ବୁଦ୍ଧିଜୀବୀ ଏଭଳି ଫଳାଫଳକୁ ସ୍ୱାଗତ କରି ମନ୍ତବ୍ୟ ଦେଇଥିଲେ ଯେ ଗୋଟିଏ ଏକଛତ୍ରବାଦୀ ଶାସକ ଦଳର ଅନ୍ତ ଘଟି ଭଲଦିନର ଆଗମନକୁ ସୂଚାଇଦେଲା l ତେବେ ଅପ୍ରତ୍ୟାଶିତ ଭାବରେ ବିଜୟ ଲାଭ କରିଥିବା ବିଜେପି ଦଳ ବେଶ କିଛି ଦିନ ପାଇଁ ଠିକଣା କରି ପାରିଲା ନାହିଁ ମୁଖ୍ୟମନ୍ତ୍ରୀ ଆସନରେ କାହାକୁ ବସାଇବା ଠିକ ହେବ l ଅନେକ ଜଣାଶୁଣା ପୁରୁଖା ନେତାଙ୍କ ନାଁ ଉଠିଲେ ବି ଦିଲ୍ଲୀରେ ବସି ସବୁ ମୂଳ ନିର୍ଣ୍ଣୟ ନେଉଥିବା ଗେରୁଆ ମାଲିକ ମାନେ ଅନାମଧେନ୍ୟ ଆଦିବାସୀ ନେତା ମୋହନମାଝିଙ୍କୁ ବସାଇଲେ ସିଂହାସନରେ l ଯଦିବା କନକ ବର୍ଦ୍ଧନ ଓ ସୁରେଶ ପୂଜାରୀଙ୍କ ଭଳି କେତେକ ଅଭିଜ୍ଞ ଆଶାୟୀ ରାଜନେତା ଥିଲେ ଗ୍ରହଣଯୋଗ୍ୟ, ତଥାପି ସେମାନେ କେହି ପିନ୍ଧି ପାରିଲେ ନାହିଁ ମୁକୁଟ l ବିଗତ ଚବିଶ ବର୍ଷରେ ଲୋକେ ବି କେତେ ମାତ୍ରାରେ ଅତିଷ୍ଠ ହୋଇ ପଡ଼ିଥିଲେ ପ୍ରାୟ ଅଧିକାଂଶ ଆଗ ଧାଡ଼ିର ନେତା ମାନଙ୍କ ବିଷୟରେ କାରଣ ସେମାନଙ୍କର ଜୀବନ ଶୈଳୀ ଥିଲା ରାଜକୀୟ l କେବଳ ସେଇଥିପାଇଁ ଯେତେବେଳେ ଜଣେ ପୂର୍ବତନ ଆଦିବାସୀ ସରପଞ୍ଚଙ୍କୁ ମୁଖ୍ୟମନ୍ତ୍ରୀ କରାଗଲା, ଓଡ଼ିଶlବାସୀଙ୍କର ଆନନ୍ଦ ଉଲ୍ଲାସ ବଢ଼ି ଛୁଇଁଥିଲା ଶିଖର ସ୍ତର l ଲୋକଙ୍କର ବିଶ୍ୱାସ ଜନ୍ମିଥିଲା ଯେ ମୋହନ ଜଣେ ନିଚ୍ଛକ ଆଦିବାସୀ ସାନ୍ଥାଳି ବର୍ଗର ସଦସ୍ୟ ହୋଇଥିବାରୁ, କୌଣସି କପଟୀ, ଜଟିଳ, ଅସାଧୁ ବା ବିଳାସମୟ ଜୀବନ ପାଇଁ ସର୍ବସାଧାରଣଙ୍କର କଷ୍ଟଲବ୍ଧ ଧନର ଅପଚୟ କରିବା ଗୁଣଟି ତାଙ୍କର ଆଦୌ ନଥିବ ଯେହେତୁ ଶୈଶବରୁ ସିଏ ବନସ୍ତ, ପାହାଡ଼ ନଦୀରେ ଖେଳି ବୁଲି, ଗୋଧି,ଠେକୁଆ-ମୂଷା ଇତ୍ୟାଦି ଜନ୍ତୁ ସବୁକୁ ଶିକାର ପରେ ମହା ଆନନ୍ଦରେ ଉଦରସ୍ତ କରିବା ସହ ପ୍ରାୟତଃ ଝରକା ନଥିବା ମାଟି ଘରେ ପିଲା ଦିନଟି କାଟି, ଅତ୍ୟନ୍ତ ପ୍ରକୃତି ପ୍ରେମୀ ହୋଇଥିବେ l ନିଜର ସାନ୍ଥାଳୀ ସଂସ୍କୃତିରେ ଟୁସୁ ପୂଜା ସହିତ ମହୁଲ ଗଛ ଇତ୍ୟାଦିକୁ ପୂଜାର୍ଚ୍ଚନା କରି ନିଜ ସମ୍ପ୍ରଦାୟର ଅଲିଚିକି ଭାଷାର ପ୍ରଚାର ପ୍ରସାର ପାଇଁ ବିଶାଳ ହୃଦୟ ରଖିଥିବେ l ତଥାକଥିତ ଅଣଆଦିବାସୀ,ସବର୍ଣ୍ଣ ବର୍ଗର ଲୋକଙ୍କ ଭଳି, ଲୋଭୀ, ବିଳାସ-ପ୍ରେମୀ, ଭ୍ରଷ୍ଟ ଚରିତ୍ର ହୋଇ ନଥିବେ l ଅତଏବ ଏଭଳି ଜଣେ ପ୍ରକୃତି ସହିତ ସରଳ ଜୀବନ ବିତାଇଥିବା ମାଟିର ମଣିଷଟିଏ ପ୍ରତ୍ୟେକ ପଛୁଆ, ନିଷ୍ପେସିତ ବର୍ଗର ତଥା ଅନାଟନରେ ଜୀବନ ବିତାଉଥିବା ଲୋକ ମାନଙ୍କ ଦୁଃଖ ବୁଝି ପାରି ସେମାନଙ୍କ ପାଇଁ ବହୁତ କିଛି ବିକାଶମୂଳକ କାମ ପାଇଁ ପ୍ରଚଣ୍ଡ ଉଦ୍ୟମ କରି ବହୁତ ନାଁ କମେଇବା ସହ ଲୋକପ୍ରିୟ ହେବେ l ଉଲ୍ଲେଖଯୋଗ୍ୟ ଯେ ଆଦିବାସୀ ମାନେ ବାହା ହେଉଥିବା ମହିଳାଙ୍କ ପରିବାରରୁ କୌଣସି ଅର୍ଥ ବା ବସ୍ତୁ ଆଣିବାର ସୁଯୋଗ ନାହିଁ l କାରଣ ଓଲଟା କନ୍ୟାର ବାପାଙ୍କୁ ନିର୍ଦ୍ଦିଷ୍ଟ ମୂଲ୍ୟ ଦେଇ ବର ଆଣିଥାଏ ପସନ୍ଦର ଝିଅଟିକୁ l ମୋହନ ମାଝୀ ସେହି ସlନ୍ଥlଳୀ ସମ୍ପ୍ରଦାୟ ର ସଦସ୍ୟ l ଓଡ଼ିଶାବାସୀ ଉଲ୍ଲାସରେ ବିଭୋର ହୋଇ ଚାହିଁ ବସିଲେ ମୋହନ କେମିତି କଣ କାମ ସବୁ ହାତକୁ ନେଇ ଗରୀବ ଲୋକ ଜୀବନରେ ଉନ୍ନତି ଆଣିବେ l କିନ୍ତୁ ପରିତାପର ବିଷୟ ଯେ ସୁଦୀର୍ଘ ଏଗାର ମାସର ଶାସନ ଭିତରେ କୌଣସି ଆଖିଦୃଶିଆ ବିକାଶ ମୂଳକ କାମ ହୋଇନାହିଁ l ଗଛବୃକ୍ଷ ପ୍ରେମୀ, ସରଳ ସ୍ଵଭାଵର ମୋହନ କେଵଳ ଜନ ଦରବାର ବସାଇ ଚାଲିବା ସହ ଘର ଘର ବୁଲି ଆତ୍ମାକୁ ତୃପ୍ତ କଲାଭଳି ଭୋଜନ ହିଁ କରି ଆତ୍ମ ସନ୍ତୋଷ ଲାଭ କରୁଛନ୍ତି l ବିଶ୍ୱ ପଖାଳ ଦିବସ ଅବସରରେ ସରଳ ଆଦିବାସୀ ମୋହନ ଯେଉଁଭଳି କୁତ୍ରିମ ଅସଂଖ୍ୟ ବ୍ୟଞ୍ଜନଯୁକ୍ତ ପଖାଳ ଭକ୍ଷଣ କରି ଚାଲିଲେ, ମନେ ହେଲା ଯେମିତି ଦୀର୍ଘଦିନ ଧରି କ୍ଷୁଧା ଯନ୍ତ୍ରଣାରେ ଛଟପଟ ହୋଇ ରହିଥିଲେ ସରଳ, ନିଷ୍କପଟ ଓଡିଶା ରାଜ୍ୟମୁଖ୍ୟ l କୌଣସି ଓଡ଼ିଆ ଘର ପଖାଳ ସହିତ ଏତେ ପ୍ରକାରର ରାଜକୀୟ ଠା’ ପରିବେଷିତ ହୋଇ ନଥାଏ l ଲୋକେ ଏସବୁ ଦେଖି ହସି କୁହାକୁହି ହେଲେ ମୋହନ କାହିଁକି ସାଧାରଣ ପଖାଳ, ଶାଗ, ଭଜାଟିଏ ନଖାଇ, ଏକ ବିତ୍ତଶାଳୀ ବ୍ୟକ୍ତି ଭଳି ଦାମୀ ପଖାଳ ଭୋଜନଟିଏ ଗ୍ରହଣ କଲେ l ଏଭଳି ମଧ୍ୟ ଚର୍ଚ୍ଚା ହେଉଛି ଯେ ଏକଦା ସୋମବାରରେ ଠିକଣା ହୋଇଥିବା ବରିଷ୍ଠ ଅମଲା ମାନଙ୍କ ବୈଠକ ମୋହନ ଘୁଞ୍ଚାଇ ଦେଇଥିଲେ ବୁଧବାରକୁ ଯେହେତୁ ସୋମବାର ବସ୍ତୁତଃ ଗୋଟିଏ ନିରାମିଷ ଦିନ l ଏଇ କଥାଟି ବଡ଼ ବଡ଼ ପତ୍ରକାର ମାନେ ରାଷ୍ଟ୍ର କରି ମୋହନଙ୍କୁ ଜଣେ ଖାଦ୍ୟଲୋଭୀ ବ୍ୟକ୍ତି ଭାବରେ ଅଭିହିତ କରିଥିଲେ l ଏସବୁ ଜାଣିବା ପରେ ଓଡିଶା ବାସୀ ଖୁବ ଅସନ୍ତୋଷ ଭାବ ସହ ବିରକ୍ତି ମଧ୍ୟ ପ୍ରକାଶ କରିଥିଲେ ବୋଲି ବହୁ ଚର୍ଚ୍ଚା ହୋଇଥିଲା l
ଏବେ ପୁଣି ଗୋଟିଏ ଯନ୍ତ୍ରଣାଦାୟକ ଘଟଣା ସାରା ଓଡ଼ିଆ ସମାଜକୁ କେବଳ ବ୍ୟଥିତ ନୁହେଁ ଅତିଶୟ ମାତ୍ରାରେ ମର୍ମାହତ କରିଛି l
ଅନ୍ତର୍ଜାତୀୟ ସ୍ତରରେ ସମ୍ମାନିତ ତଥା ପ୍ରତିଷ୍ଠିତ ପତ୍ରକାର, ଲେଖକ, ଅନୁବାଦକ ରୁବେନ ବାନାର୍ଜୀଙ୍କର ନିଜସ୍ୱ ୟୁଟ୍ୟୁବ ଚାନେଲ କାର୍ଯ୍ୟକ୍ରମରେ କାଲି ଦେଖିବାକୁ ମିଳିଲା ଏକ ହୃଦୟବିଦାରକ ବାର୍ତ୍ତା :
ନିଷ୍କପଟ, ସରଳ, ଆଦିବାସୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କୁଆଡ଼େ ଏତେ ବିଳାସପ୍ରେମୀ ହୋଇ ପଡିଛନ୍ତି ଯେ ତାହାର ସୀମା ସରହଦ ବୋଲି କିଛି ଆଉ ନାହିଁ l ମହୁଲ ଗଛ ଭଳି ବିଭିନ୍ନ ଗଛବୃକ୍ଷ ପୂଜା କରି ବିକଶିତ ହୋଇଥିବା ପ୍ରକୃତି ପ୍ରେମୀ ସରଳ ଲୋକଟି ଏବେ ବିଳାସ-ପାଗଳ ଅବସ୍ଥାରେ l ସରକାରୀ କାର୍ଯ୍ୟକ୍ରମରେ ଗସ୍ତ ପାଇଁ ମାଝୀ ମହୋଦୟ ବ୍ୟବହାର କରୁଛନ୍ତି ଘରୋଇ ବିମାନ ଯାହାର ମାସିକ ଭଡ଼ା କେବଳ ଏକ କୋଟି ଷାଠିଏ ଲକ୍ଷ ଟଙ୍କା l ମୋଟା ଉଡ଼ାଣ ଖର୍ଚ୍ଚ ଘଣ୍ଟା ହିସାବରେ ଅଲଗା l ଏସବୁ ପୁଣି ଯେତେବେଳେ ଅନ୍ୟ ଏକ ବିମାନ ମହଜୁଦ ରହିଛି l ଇଣ୍ଡିଗୋ, ଏଆର ଇଣ୍ଡିଆ ଭଳି ଚମତ୍କାର ସେବା ଦେଉଥିବା ବିମାନ ତାଙ୍କର ପସନ୍ଦ ନୁହେଁ, ଯାହାକି ବିଶିଷ୍ଟ କୋଟିପତି ମାନେ ପସନ୍ଦ କରିଥାନ୍ତି ନିଜର କଷ୍ଟଲବ୍ଧ ଧନ ବଞ୍ଚାଇବା ପାଇଁ l ମାଝୀ ମହୋଦୟ କିନ୍ତୁ ସର୍ବସାଧାରଣଙ୍କର ଅର୍ଥକୁ ଉଡ଼ାଇବାକୁ ତିଳେମାତ୍ର କୁଣ୍ଠାବୋଧ କରୁନଥିବାରୁ ଓଡ଼ିଆ ଜାତି ଆଜି ଅତିଷ୍ଠ l ଦୁଖଃଦ କଥା ଏଇଠି ସରୁନାହିଁ l ଗରିବପ୍ରାୟ ଓଡିଶାର ସରଳ ଆଦିବାସୀ ମୁଖ୍ୟମନ୍ତ୍ରୀ ଅନ୍ୟ ରାଜ୍ୟକୁ ଗଲେ ପସନ୍ଦ କରୁନାହାନ୍ତି ନିଜର ସରକାରୀ ନିବାସକୁ ବା ଦିନକୁ ଦଶ ବାର ହଜାର ଟଙ୍କା ଦେବାକୁ ପଡୁଥିବା ହୋଟେଲ ପ୍ରକୋଷ୍ଠକୁ l ମୁମ୍ବାଇ ନଗରୀ ଗସ୍ତରେ ଥିବା ବେଳେ ମହୋଦୟ ପସନ୍ଦ କଲେ ଆକାଶ ଛୁଆଁ ମୂଲ୍ୟର ଓବେରୟ ହୋଟେଲର ରାଜକୀୟ ତିନି-ଚାରି ବଖରାର ବିଳାସପୁର୍ଣ ବସାକୁ ଯାହାପାଇଁ ଦିନକୁ ଖର୍ଚ୍ଚ କରିବାକୁ ପଡ଼େ ତିନିରୁ ପାଞ୍ଚ ଲକ୍ଷ ଟଙ୍କା l ସେହିଭଳି ନିକଟ ଅତୀତରେ ସରପଞ୍ଚ ହୋଇ ଆସିଥିବା ମୁଖ୍ୟମନ୍ତ୍ରୀ ମହୋଦୟ ସିଙ୍ଗାପୁର ଗସ୍ତ ବେଳେ ରହିବାକୁ ପସନ୍ଦ କଲେ ଏକ ପାଞ୍ଚ କି ସାତ ତାରକା ହୋଟେଲର ରାଜକୀୟ ମହଲରେ ଯାହା ପାଇଁ ଖର୍ଚ୍ଚ ହୁଏ ଦିନକୁ ଅତି କମରେ ଦଶରୁ ପନ୍ଦର ଲକ୍ଷ ଟଙ୍କା l
ରୁବେନ ବାନାର୍ଜୀଙ୍କର ଭିଡିଓ ଏସବୁ ହୃଦୟ ବିଦାରକ ତଥ୍ୟ ପରିବେଷିତ କରିବା ପରେ ସାରା ଓଡିଶା ଦୁଃଖରେ ସ୍ତବ୍ଧ l
ପ୍ରତ୍ୟେକ ମୋହନ-ପ୍ରେମୀ ବ୍ୟକ୍ତି ଆଶା କରୁଛନ୍ତି ରୁବେନଙ୍କର ଏହି ବାର୍ତ୍ତା ମିଥ୍ୟା ପ୍ରମାଣିତ ହେଉ l କାରଣ ବାସ୍ତବ ସୁଶାସନ ପାଇଁ ବହୁ ଆଶା ଆକାଂକ୍ଷା ସହିତ ଓଡିଶା ବାସୀ ସ୍ୱାଗତ କରିଥିଲେ ଜଣେ ନିଷ୍କପଟ, ସରଳ ଆଦିବାସୀ ରାଜନେତାଙ୍କୁ l କାରଣ ପୂର୍ବ ସରକାର ମାନଙ୍କର ନେତାମାନେ ବହୁ ମାତ୍ରାରେ ଅପଚୟ କରୁଥିଲେ ସର୍ବସାଧାରଣଙ୍କର ଧନ l ଲୋକେ ଚାହିଁ ବସିଥିଲେ ଜଣେ ସରଳ, ନିଷ୍କପଟ, ସାଧାରଣ ଜୀବନ ବିତାଉଥିବା ବ୍ୟକ୍ତିଟିଏକୁ ଶାସନ ମୁଖ୍ୟ ହିସାବରେ, ଯିଏକି ନିଜର ବିଳାସ ପାଇଁ ହେଉନଥିବ ବ୍ୟାକୁଳ !
What's Your Reaction?






