ନିଜ ନାଗରିକମାନଙ୍କୁ କାମ ଛାଡି ପିଲା ଜନ୍ମ କରିବାକୁ କହୁଛନ୍ତି ଚୀନ୍ ସରକାର
In a bold move, the Chinese government is openly encouraging its citizens to prioritize childbirth over careers. With declining birth rates causing concern, China is now offering a range of incentives to promote marriage and childbearing. In several regions, marriage leave has been increased from 3 to up to 30 days. For instance, Sichuan province—China’s most populous—has extended marriage leave from 3 to 20 days. If citizens undergo medical check-ups before marriage, they can receive 5 additional paid leave days, totaling 25. Similarly, Shandong province has increased leave to 18 days, while provinces like Shaanxi and Gansu have pushed it up to 30 days. Currently, the standard central-level marriage leave in China remains at just 3 days, a rule in place since 1980.

ଖୋଲାଖୋଲି ଭାବରେ ନିଜ ନାଗରିକମାନଙ୍କୁ କାମ ଛାଡି ପିଲା ଜନ୍ମ କରିବାକୁ କହୁଛନ୍ତି ଚୀନ୍ ସରକାର । ହ୍ରାସ ପାଉଥିବା ଜନସଂଖ୍ୟାକୁ ନେଇ ଚିନ୍ତିତ ଥିବା ଚୀନ୍ ଏବେ ଯୁବକମାନଙ୍କୁ ବିବାହ କରିବା ଏବଂ ପିଲା ଜନ୍ମ କରିବା ପାଇଁ ଦେଉଛି ବିଭିନ୍ନ ରିହାତି । ଦେଶର ଅନେକ ପ୍ରଦେଶରେ ବିବାହ ଛୁଟିକୁ ୩ ଦିନରୁ ୩୦ ଦିନକୁ କରାଯାଇଛି ବୃଦ୍ଧି ।ଚାଇନାର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ପ୍ରଦେଶ ସିଚୁଆନ୍ରେ ବିବାହ ଛୁଟିକୁ ୩ ଦିନରୁ ୨୦ ଦିନକୁ ବୃଦ୍ଧି କରାଯାଇଛି। ଯଦି ବିବାହ ପୂର୍ବରୁ ନାଗରିକ ଡାକ୍ତରୀ ଯାଞ୍ଚ ମଧ୍ୟ କରନ୍ତି, ତେବେ ଆଉ ୫ ଦିନ ମିଳିବ ଅଧିକ ଛୁଟି। ଅର୍ଥାତ୍ ମୋଟ ୨୫ ଦିନ ଛୁଟି ମିଳିବ, ତାହା ମଧ୍ୟ ପୂର୍ଣ୍ଣ ଦରମା ସହିତ। ସେହିପରି ଶାଣ୍ଡୋଙ୍ଗ ପ୍ରଦେଶରେ, ବିବାହ ଛୁଟିକୁ ଏବେ ୧୮ ଦିନକୁ କରାଯାଇଛି ବୃଦ୍ଧି। ଶାଂସି ଏବଂ ଗାନସୁ ଭଳି ପ୍ରଦେଶ ଏହାକୁ ଆହୁରି ୩୦ ଦିନକୁ ବୃଦ୍ଧି କରାଯାଇଛି। ବର୍ତ୍ତମାନ ଚାଇନାରେ କେନ୍ଦ୍ରୀୟ ସ୍ତରରେ କେବଳ ୩ ଦିନର ବିବାହ ଛୁଟିର ବ୍ୟବସ୍ଥା ଅଛି, ଯାହା ୧୯୮୦ ମସିହାରୁ ପ୍ରଚଳିତ।
What's Your Reaction?






