ଜାରି ରହିଛି କାଳବୈଶାଖୀ ପ୍ରଭାବ

Apr 18, 2025 - 15:12
 0  5
ଜାରି ରହିଛି କାଳବୈଶାଖୀ ପ୍ରଭାବ

ଜାରି ରହିଛି କାଳବୈଶାଖୀ ପ୍ରଭାବ।ଆଜିଠୁ ୨୨ ତାରିଖ ପର୍ଯ୍ୟନ୍ତ ଝଡବର୍ଷା ନେଇ ଆକଳନ କରିଛି ଆଇଏମଡି।ଆଜି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଏବଂ ଭଦ୍ରକ ଜିଲ୍ଲାରେ ବଜ୍ରପାତ ସହିତ ବର୍ଷା ଏବଂ ପବନ ବହିବାର ରହିଛି ସମ୍ଭାବନା।ଏନେଇ ଏହି ସମସ୍ତ ଜିଲ୍ଲାକୁ ଓ୍ବେଲ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।୧୯ ଏପ୍ରିଲରେ ବାଲେଶ୍ୱର, ଭଦ୍ରକ ଏବଂ ମୟୂରଭଞ୍ଜ ଜିଲ୍ଲାରେ ଘଡ଼ଘଡ଼ି ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି ।ଏପ୍ରିଲ ୨୦ ତାରିଖରେ ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାରେ ବିଜୁଳି ଏବଂ ପବନ ସହିତ ବର୍ଷା ହେବ।ଏପ୍ରିଲ ୨୧ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଗଜପତି, ରାୟଗଡ଼ା, ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାରେ ସମାନ ପାଗ ଅନୁଭୂତ ହେବାର ରହିଛି ସମ୍ଭାବନା । ୨୨ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ ଏବଂ କଳାହାଣ୍ଡି ଜିଲ୍ଲାରେ ଘଡ଼ଘଡ଼ି ସହିତ ବିଜୁଳି ଏବଂ ୩୦-୪୦ କିଲୋମିଟର ବେଗରେ ପବନ ବହିବାର ରହିଛି ସମ୍ଭାବନା।

What's Your Reaction?

like

dislike

love

funny

angry

sad

wow