ଟିମ ଇଣ୍ଡିଆ ପାଇଁ  ଆସିଛି ଏକ ଖରାପ ଖବର

Jan 11, 2025 - 11:48
 0  7
ଟିମ ଇଣ୍ଡିଆ ପାଇଁ  ଆସିଛି ଏକ ଖରାପ ଖବର

ଜାନୁଆରୀ ୨୨ରୁ ଆରମ୍ଭ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ୨୦୨୫ ପୂର୍ବରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଅଛି ଦିନିକିଆ ସିରିଜ। ସିରିଜରେ ୫ଟି ଟି-୨୦ ଏବଂ ୩ଟି ଦିନିକିଆ ମ୍ୟାଚ ଖେଳାଯିବ। ଏହି ସିରିଜ ଆରମ୍ଭ ହେବା ପୂର୍ବରୁ ଟିମ ଇଣ୍ଡିଆ ପାଇଁ  ଆସିଛି ଏକ ଖରାପ ଖବର। ୧୫୦ କିଲୋମିଟରରୁ ଅଧିକ ବେଗରେ ବୋଲିଂ କରୁଥିବା ମୟଙ୍କ ଯାଦବ ଏବେ ବି ତାଙ୍କ ପିଠି ଆଘାତରୁ ହୋଇନାହାନ୍ତି ସୁସ୍ଥ।ମୟଙ୍କ ଗତ ବର୍ଷ ହୋଇଥିଲେ ଆହତ। ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜରେ ତାଙ୍କର ଅଂଶଗ୍ରହଣ ପ୍ରାୟ ଅସମ୍ଭବ ମନେ ହେଉଛି। ଏକ ରିପୋର୍ଟରେ କୁହାଯାଇଛି,ମୟଙ୍କ ଯାଦବ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜରେ ଖେଳିବେ ନାହିଁ। ଏବେ ମୟଙ୍କ କେବେ ପ୍ରତ୍ୟାବର୍ତ୍ତନ କରିପାରିବେ ତାହା ଦେଖିବା ଆକର୍ଷଣୀୟ ହେବ। 

What's Your Reaction?

like

dislike

love

funny

angry

sad

wow