ଟ୍ରକ ତଳେ ଚାଲିଗଲା ୩ ଜୀବନ

ସକଳୁ ସକାଳୁ ଭୟଙ୍କର ସଡକ ଦୁର୍ଘଟଣା । ଟ୍ରକ ତଳେ ଚାଲିଗଲା ୩ ଜୀବନ । ସୂଚନା ଅନୁଯାୟୀ କେନ୍ଦୁଝର ଜିଲାର ଯୋଡ଼ା ଥାନା ଅନ୍ତର୍ଗତ ଡିଏଭି ସ୍କୁଲ ନିକଟରେ ସୋମବାର ସକାଳେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା । ବାପା-ପୁଅଙ୍କ ସହିତ ପଡ଼ୋଶୀ ଘରର ପିଲା ଏକ ବାଇକ୍ରେ ସ୍କୁଲ ଯାଉଥିବା ସମୟରେ ଚାପି ଦେଇଥିଲା ଟ୍ରକ୍ । ଫଳରେ ଘଟଣାସ୍ଥଳରେ ଘଟିଛି ୩ ଜଣଙ୍କର ମୃତ୍ୟୁ । ସମସ୍ତ ମୃତକ ଆଜାଦ ବସ୍ତିର ହୋଇଥିବା ବେଳେ ଘଟଣାସ୍ଥଳରେ ଏହାକୁ ନେଇ ଦେଖାଦେଇଛି ପ୍ରବଳ ଉତ୍ତେଜନା ।
What's Your Reaction?






