ଭାରତୀୟ ଗ୍ରାଣ୍ଡମାଷ୍ଟର ରମେଶବାବୁ ପ୍ରଞ୍ଜାନନ୍ଦ ପ୍ରଥମଥର ପାଇଁ କ୍ଲାସିକାଲ୍ ଗେମ୍ସରେ ବିଶ୍ୱର ୧ ନମ୍ବର ମାଗନସ୍ କାର୍ଲସନ୍ଙ୍କୁ କରିଛନ୍ତି ପରାସ୍ତ

ଭାରତୀୟ ଗ୍ରାଣ୍ଡମାଷ୍ଟର ରମେଶବାବୁ ପ୍ରଞ୍ଜାନନ୍ଦ ପ୍ରଥମଥର ପାଇଁ କ୍ଲାସିକାଲ୍ ଗେମ୍ସରେ ବିଶ୍ୱର ୧ ନମ୍ବର ମାଗନସ୍ କାର୍ଲସନ୍ଙ୍କୁ କରିଛନ୍ତି ପରାସ୍ତ । ପୁର୍ବରୁ ରାପିଡ ଏବଂ ପ୍ରଦର୍ଶନୀ ମ୍ୟାଚ୍ରେ କାର୍ଲସନ୍ଙ୍କୁ ଅନେକ ଥର ପରାସ୍ତ କରିଥିବା ୧୮ ବର୍ଷୀୟ ଭାରତୀୟ ତିନି ରାଉଣ୍ଡ ପରେ ୫.୫ ପଏଣ୍ଟ ସହ ରହିଥିଲେ ଅଗ୍ରଣୀ । ପ୍ରଞ୍ଜାନନ୍ଦଙ୍କ ବିଜୟ ଘରୋଇ ଫେବରାଇଟ୍ କାର୍ଲସନ୍ଙ୍କୁ ପଏଣ୍ଟ ଟେବୁଲର ଠେଲି ଦେଇଛି ପଞ୍ଚମ ସ୍ଥାନକୁ ।କ୍ଲାସିକାଲ୍ ଚେସ ଖେଳାଳୀମାନଙ୍କୁ ସେମାନଙ୍କ ଗୋଟି ଚଲାଇବା ପାଇଁ ଦେଇଥାଏ ଯଥେଷ୍ଟ ସମୟ , ସାଧାରଣତଃ ଅତି କମରେ ଏକ ଘଣ୍ଟା। ଏହି ଫର୍ମାଟ୍ରେ ଉଭୟଙ୍କ ମଧ୍ୟରେ ଗତ ତିନି ମ୍ୟାଚ୍ ଡ୍ର ସହିତ ହୋଇଥିଲା ଶେଷ। ଅନ୍ୟପଟେ ସମାନ ଫର୍ମାଟ୍ ମହିଳା ବର୍ଗରେ ପ୍ରଞ୍ଜାନନ୍ଦଙ୍କ ଭଉଣୀ ଆର. ବୈଶାଳୀ ରହିଛନ୍ତି ପ୍ରଥମ ସ୍ଥାନରେ ।ଅନ୍ୟ ମ୍ୟାଚ୍ରେ, ବିଶ୍ୱ ନମ୍ବର ଦୁଇ ଆମେରିକାର ଫାବିଆନୋ କାରୁଆନା ବିଶ୍ୱ ଚାମ୍ପିଅନ ଚାଇନାର ଡିଙ୍ଗ ଲିରେନଙ୍କୁ କରିଥିଲେ ପରାସ୍ତ । ସେହିପରି ଆମେରିକୀୟ ହିକାରୁ ନାକାମୁରା ଫ୍ରାନ୍ସର ଆଲିରେଜା ଫିରୋଜଜାଙ୍କ ବିପକ୍ଷରେ ବିଜୟୀ ହୋଇ ପଏଣ୍ଟ ଟେବୁଲ୍ରେ ପହଚିଛନ୍ତି ତୃତୀୟ ସ୍ଥାନରେ । ଚତୁର୍ଥ ରାଉଣ୍ଡରେ ନାକାମୁରା ଖେଳିବେ ପ୍ରଞ୍ଜାନନ୍ଦଙ୍କ ବିପକ୍ଷରେ।
What's Your Reaction?






