ମହାକାଶରୁ ଫେରିବା ପରେ ପ୍ରଥମ ସାମ୍ବାଦିକ ସମ୍ମିଳନୀ କରି ମହାକାଶରେ ଦୀର୍ଘ ଦିନ ରହିବାର ଅନୁଭୂତି ବଖାଣିଛନ୍ତି ସୁନୀତା ୱିଲିଅମ୍ସ ଓ ବୁଚ୍ ଓ୍ଲିଲ୍ମୋର୍

ମହାକାଶରୁ ଫେରିବା ପରେ ପ୍ରଥମ ସାମ୍ବାଦିକ ସମ୍ମିଳନୀ କରି ମହାକାଶରେ ଦୀର୍ଘ ଦିନ ରହିବାର ଅନୁଭୂତି ବଖାଣିଛନ୍ତି ସୁନୀତା ୱିଲିଅମ୍ସ ଓ ବୁଚ୍ ଓ୍ଲିଲ୍ମୋର୍। ମହାକାଶରେ ରହିବା ଦ୍ବାରା ଅନେକ ଶାରୀରିକ ସମସ୍ୟା ଦେଖାଦେଇଥିବା କଥା ସ୍ବିକାର କରିଛନ୍ତି ସୁନୀତା । ଏଥିସହ ସେ କହିଛନ୍ତି ଯେ, ଭାରତ ଏକ ସୁନ୍ଦର ରାଷ୍ଟ୍ର ।ମହାକାଶରୁ ଭାରତର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନଭରି କରିଛି ଉପଭୋଗ । ହିମାଳୟ ପାଦଦେଶ, ଜମ୍ମୁକାଶ୍ମୀର ଠାରୁ ଆରମ୍ଭ କରି ଗୁଜରାଟ, ମହାରାଷ୍ଟ୍ର ଆଦି ଅନେକ ସ୍ଥାନର ଫଟୋ ସେ ମହାକାଶରୁ କରିଛି ଉତ୍ତୋଳନ । ଆଗକୁ ସମୟ ଆସିଲେ ନିଶ୍ଚେ ଯିବି ଭାରତ । ଇସ୍ରୋ ସହ ମିଶି କାମ କରିବାର ସୁଯୋଗ ମିଳିଲେ ନିଶ୍ଚିତ ଭାବେ କାମ କରିବେ ବୋଲି କହିଛନ୍ତି ସୁନୀତା ।
What's Your Reaction?






