ରାଶିଫଳ

Dec 11, 2024 - 12:09
 0  3
ରାଶିଫଳ
ମେଷ
ନୂଆ ଯୋଜନା ମାଧ୍ୟମରେ ବ୍ୟବସାୟରେ ଶାଖା ପ୍ରଶାଖା ଖୋଲିବା ସମ୍ଭାବନା ରହିଛି। ପାରିବାରିକ କ୍ଷେତ୍ରର ଅସଜଡ଼ା ପରିସ୍ଥିତି ମାନସିକ ସ୍ଥିତିକୁ ଶିଥିଳ କରିପାରେ। ପ୍ରିୟଜନଙ୍କଠାରୁ ଉତ୍ସାହ ଓ ପ୍ରେରଣା ପାଇ ଭ୍ରମଣ ପାଇଁ ମନ ବଳାଇବେ।
ବୃଷ
 ବିଭିନ୍ନ କ୍ଷେତ୍ରରେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁ ମିଳନରୁ ଉତ୍ସାହିତ ହେବେ। ଅଫିସରେ ଭଲ୍‌ ସମ୍ପର୍କ ଥିବା ବନ୍ଧୁମାନେ ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଆପଣଙ୍କ ନିକଟରୁ ଦୂରେଇ ରହିଲା ଭଳି ଅନୁଭବ କରିପାରନ୍ତି।
ମିଥୁନ
 ଅଟକିଥିବା କାର୍ଯ୍ୟ ତ୍ୱରାନ୍ବିତ ସକାଶେ ଆଲୋଚନା କରିପାରନ୍ତି। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ ସଙ୍ଗକୁ ବ୍ୟବସାୟ, ରପ୍ତାନି ବାଣିଜ୍ୟରେ ଉନ୍ନତିର ଆଶା ରହିଛି। ଶାରୀରିକ ସୁସ୍ଥତା କେତେକାଂଶରେ ବ୍ୟାହତ ହୋଇପାରେ।
କର୍କଟ
ପାରିବାରିକ ଅସ୍ଥିରତା ରହିଥିଲେ ମଧ୍ୟ ସମ୍ପର୍କୀୟଙ୍କ ସହଯୋଗ କେତେକାଂଶରେ ମନକୁ ହାଲୁକା ରଖିବ। ସଭାସମିତିରେ ଆଲୋଚନା, ସାଙ୍ଗଠନିକ ପ୍ରକ୍ରିୟା, ପ୍ରଶାସନିକ ତପତ୍ରତା, ଆନୁଷ୍ଠାନିକ କ୍ଷେତ୍ରରେ ଲୋକ ସମ୍ପର୍କ ଅକ୍ଷୁଣ୍ଣ ରହିବ।
ସି˚ହ
 କର୍ମକ୍ଷେତ୍ରରେ ଉନ୍ନତ ଚିନ୍ତା ଓ ସୁପରିକଳ୍ପିତ ଯୋଜନାକୁ ବାସ୍ତବମୁଖୀ କରାଇବାରେ ସମର୍ଥ ହେବେ। ଆନୁଷ୍ଠାନିକ କାମରେ ସତର୍କ ନ ରହିଲେ ବିବାଦ ଘେରରେ ପଡ଼ିବେ। ଆର୍ଥିକ ଅନଟନ ପୂରଣ ସକାଶେ କରଜ କରିବେ।
କନ୍ୟା

କୋଣସ୍ଥାନରେ ଶୁକ୍ରଙ୍କ ପ୍ରଭାବରେ ବନ୍ଧୁଙ୍କ ବଦାନ୍ୟତା, ସହକର୍ମୀଙ୍କ ସହଯୋଗ ଲାଭ କରିବେ। ଆତ୍ମୀୟଙ୍କ ସହଯୋଗ ମନୋବୃତ୍ତି ଓ ପାରିବାରିକ ସହାନୁଭୂତି ମାଧ୍ୟମରେ ହର୍ଷୋତ୍‌ଫୁଲ୍ଲ ଦିନଟି ଉପଭୋଗ୍ୟ ହେବ। କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିବ କିନ୍ତୁ ବନ୍ଧୁ ମେଳରେ ବିବାଦୀୟ ପରିସ୍ଥିତିକୁ ସୁଧାରି ନେବେ।
ତୁଳା

କେନ୍ଦ୍ରସ୍ଥ ଶୁକ୍ର ଓ ମଙ୍ଗଳଙ୍କ ସୁପ୍ରଭାବରୁ ପଦସ୍ଥଙ୍କ ପରାମର୍ଶରେ ନୂଆ ଯୋଜନା ପ୍ରସ୍ତୁତ କରିବେ। କଠୋର ବାକ୍ୟାଳାପ ସଙ୍ଗକୁ ସନ୍ଦେହ ଓ ଭୁଲ୍‌ ବୁଝାମଣା ପରିସ୍ଥିତିକୁ ସଙ୍ଗିନ କରିପାରେ। ପୈତୃକ ସମ୍ପତ୍ତି କିମ୍ବା ଅର୍ଥ ସମ୍ପର୍କକୁ ନେଇ ଭ୍ରାତୃବିବାଦର ସୂଚନା ରହିଛି। ଆନୁଷ୍ଠାନିକ କାମ, କଳା, ସାହିତ୍ୟ, ନୃତ୍ୟ, ସଙ୍ଗୀତ କ୍ଷେତ୍ରରୁ ପ୍ରଶଂସା ମିଳିବ।
ବିଛା
ସମ୍ପର୍କୀୟଙ୍କ ସହ ସମ୍ପର୍କ ନିବିଡ଼ ହେବ, ଯାହାକି ଆପଣଙ୍କ କାମକୁ ସାହାଯ୍ୟ କରିପାରେ। କୌଣସି ନୂତନ କର୍ମାରମ୍ଭରୁ ଦିନଟିରେ କାର୍ଯ୍ୟବ୍ୟସ୍ତତା ବଢ଼ିଯିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ଓ ପ୍ରତ୍ୟୁଷ ଯାତ୍ରା, ନୂତନ ସ୍ଥାନ ପରିଦର୍ଶନର ସୁଯୋଗ ପାଇବେ।
ଧନୁ
 ତଥାପି କର୍ମକ୍ଷେତ୍ରରେ ଉଚ୍ଚ ସମ୍ମାନ, ବନ୍ଧୁଙ୍କ ସହାନୁଭୂତି, ସମ୍ପର୍କୀୟଙ୍କ ସଦ୍‌ଭାବ ଊଣା ହେବନାହିଁ। ପରିବାରରେ ସୁଖ, ଶାନ୍ତି ଫେରି ଆସିବ। ସାମାଜିକ ସ୍ତରରେ କାର୍ଯ୍ୟଦକ୍ଷତାକୁ ନେଇ ବନ୍ଧୁବର୍ଗ ଓ ପଡ଼ୋଶୀ ଭୁରିଭୁରି ପ୍ରଶଂସା କରିପାରନ୍ତି।
ମକର
ଆନୁଷଙ୍ଗିକ ସାହାଯ୍ୟ, ସହଯୋଗଜନିତ ସ୍ଥଗିତ କାର୍ଯ୍ୟ ଯଥାଶୀଘ୍ର ସମ୍ପାଦନ ହେବ। ଆର୍ଥିକ ସ୍ଥିତି ସୁଧାରିବା ସକାଶେ ଯୋଜନା ପ୍ରସ୍ତୁତ କରିବେ। ଆଲୋଚନା ପରିସରରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ।
କୁମ୍ଭ
 ଷଷ୍ଠାଧିପଙ୍କ ପ୍ରଭାବରେ ଅର୍ଥାଭାବ, ଋଣଭାର ବୃଦ୍ଧି, ପରୋକ୍ଷ ଶତ୍ରୁତା ଓ କାର୍ଯ୍ୟହାନିଜନିତ ବ୍ୟସ୍ତତା ବଢ଼ିଯିବ। ଦୂରଯାତ୍ରା, ଜମିଜମା ବିବାଦ କିମ୍ବା ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ।
ମୀନ
ଚେଷ୍ଟା କରୁଥିବା କାମରେ ଅଗ୍ରଗତି, ପାରିବାରିକ ସମର୍ଥନରୁ ଆମତ୍ତୃପ୍ତି ପାଇବେ। ପଦସ୍ଥ ବ୍ୟକ୍ତିଙ୍କ ସାହାଯ୍ୟ ପ୍ରତିଶ୍ରୁତି ହାସଲ କରି ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ପାଇଁ ଆଶାୟୀ ହେବେ। ବାଣିଜ୍ୟ, ପରିବହନ, କଳା, ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର ପ୍ରତି ଜାଗ୍ରତ ହେବେ।

What's Your Reaction?

like

dislike

love

funny

angry

sad

wow