ମନ୍ତ୍ରୀ ନବ ଦାସଙ୍କର ହତ୍ୟାକାଣ୍ଡର ସିବିଆଇ ତଦନ୍ତ ପାଇଁ ଉଠିଲା ଦାବି !

Jan 22, 2025 - 13:02
 0  3
ମନ୍ତ୍ରୀ ନବ ଦାସଙ୍କର ହତ୍ୟାକାଣ୍ଡର ସିବିଆଇ ତଦନ୍ତ ପାଇଁ ଉଠିଲା ଦାବି !

ବହୁ ଚର୍ଚ୍ଚିତ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ 'ନବ ଦାସ ହତ୍ୟା' ଘଟଣାକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଥିବା ବେଳେ ଜାରି ରହିଛି ବିଭିନ୍ନ ରାଜନୈତିକ ବୟାନବାଜୀ। ହତ୍ୟାକାଣ୍ଡ ମାମଲା ତଦନ୍ତରେ ହୋଇଛି ବହୁ ବିଭ୍ରାଟ। ତଦନ୍ତରେ ରହିଥିବା ଏକାଧିକ ଛିଦ୍ର ସବୁ ପଦାକୁ ଆସିବାରେ ଲାଗିଛି ଗୋଟିଏ ପରେ ଗୋଟିଏ । କ୍ରାଇମ୍ବ୍ରାଞ୍ଚ କାହିଁକି ସ୍ବର୍ଗତ ଦାସଙ୍କ ଗୁଳିବିଦ୍ଧ ଜାମା ଓ ରକ୍ତଲଗା ତଉଲିଆକୁ ଜବତ କଲାନାହିଁ ସେ ନେଇ ଉଠିଛି ପ୍ରଶ୍ନ । ଏବେ ସାମନାକୁ ଆସିଛି ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ।କେବଳ ଯେ, ନବ ଦାସଙ୍କ ରକ୍ତଲଗା ଜାମାର ପତ୍ତା ମିଳୁନି ତାହା ନୁହେଁ, ରଙ୍ଗ ବି ବଦଳିଯାଇଛି ଘଟଣାର ମୁଖ୍ୟ ସାକ୍ଷୀଙ୍କ ଜାମାର । ଏହା କ୍ରାଇମ୍ବ୍ରାଞ୍ଚର ଖାମଖିଆଲି କାରବାର ନା ଅଭିଯୁକ୍ତ ଗୋପାଳ ଦାସକୁ ଖସାଇବା ପାଇଁ ସୁଚିନ୍ତିତ ଯୋଜନା, ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ଆଲୋଚନା। ସୂଚନାଯୋଗ୍ୟ ଯେ ନବ ଦାସଙ୍କ ଝିଅ ଦୀପାଳି ଦାସ ଓ ପୁଅ ବିଶାଳ ଦାସ ଦାବି କରିଛନ୍ତି ହତ୍ୟାକାଣ୍ଡର ସିବିଆଇ ତଦନ୍ତ । ମାମଲାରେ କ୍ରାଇମ୍ ବ୍ରାଞ୍ଚ ତଦନ୍ତରେ ଅଭିଯୁକ୍ତ ଗୋପାଳ ଦାସକୁ କେବଳ ଗିରଫ କରି ସାରିଦେଇଥିଲା କାମ। କିନ୍ତୁ ତାଙ୍କ ବାପା ନବ ଦାସଙ୍କୁ ଗୋପାଳ ଜରିଆରେ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରି ସପ୍ତାହକ ତଳେ ଏହି ପ୍ରସଙ୍ଗକୁ ପୁଣିଥରେ ଉଠାଇଥିଲେ ଦୀପାଳି। ଏବେ ବିଶାଳ ଦାସଙ୍କ ସିବିଆଇ ତଦନ୍ତ ଦାବି ପୁଣି ସାଧାରଣ ଚର୍ଚ୍ଚାରେ  ଆଣିଛି ଗରମ। ବିଶାଳ କହିଛନ୍ତି, ‘ପ୍ରଧାନମନ୍ତ୍ରୀ, ସ୍ବରାଷ୍ଟ୍ର ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଦାବି କରିବୁ ଆମ ବାପାଙ୍କ ହତ୍ୟା ଘଟଣାର ସିବିଆଇ ତଦନ୍ତ ହେଉ। ବାପାଙ୍କ ହତ୍ୟା ଘଟଣାର ବଡ଼ ତଦନ୍ତ ପାଇଁ ଏତେ ବିଳମ୍ବରେ କାହିଁକି ଉଭୟଙ୍କ ଆଖି ଖୋଲିଲା ସେ ନେଇ ମଧ୍ୟ ସର୍ବତ୍ର ହେଉଛି ଚର୍ଚ୍ଚା ।

What's Your Reaction?

like

dislike

love

funny

angry

sad

wow