ରାଶିଫଳ

ରାଶିଫଳ
ମେଷ
 ସ୍ବାସ୍ଥ୍ୟରେ ଉନ୍ନତି ହେବାରୁ ମନୋବଳ ବୃଦ୍ଧି ପାଇବ। ଭଲ କଥାକୁ ବନ୍ଧୁ ଭୁଲ୍‍ ଦୃଷ୍ଟିରୁ ବିଚାର କରି କ୍ଷୁବ୍ଧ ହୋଇପାରନ୍ତି। ସନ୍ତାନଙ୍କ ସ୍ବାସ୍ଥ୍ୟ ସମସ୍ୟା, ଋଣ ପରିଶୋଧ ଚିନ୍ତା, ସ୍ଥଗିତ କାମ ସକାଶେ ବ୍ୟସ୍ତତା ବଢ଼ିବ।
ବୃଷ
 ପରିଜନଙ୍କ ସହ ଭ୍ରମଣ ସୁଯୋଗ ଲାଭକରି ଖୁସି ରହିବେ। ଘରେ ହେଉ କିମ୍ବା ବାହାରେ ସବୁଠି ମିତ୍ରତା ବନ୍ଧନରେ ଆବଦ୍ଧ ହେବେ ା ବ୍ୟବସାୟ, ସାହିତ୍ୟ ଚର୍ଚ୍ଚା, ସାମ୍ବାଦିକତା, ଏଜେନଶିପ୍‍, ପ୍ରଶାସନ ଓ ପରିବହନରେ ସମସ୍ୟା ଦୂର ହେବ।
ମିଥୁନ
 ଉପରିସ୍ଥଙ୍କ ଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବେ। ପରିବାରର ଅବସ୍ଥା ଦେଖି ବ୍ୟବସ୍ଥା କରିବା ଭଲ ହେବ। ବନ୍ଧୁବର୍ଗଙ୍କ ବିରୁଦ୍ଧାଚରଣ ଓ କାର୍ଯ୍ୟକ୍ଷେତ୍ରରେ ବିଭିନ୍ନ ସମସ୍ୟାଜନିତ ଚିନ୍ତିତ ରହିପାରନ୍ତି।
କର୍କଟ
ଶିଳ୍ପ, ବାଣିଜ୍ୟ, ପରିବହନ କ୍ଷେତ୍ରରେ ଉନ୍ନତ ଫଳ ପାଇବେ। ଆନୁଷ୍ଠାନିକ କାର୍ଯ୍ୟ, ରାଜନୀତି ଓ ସାଂଗଠନିକ କ୍ଷେତ୍ରରେ ଲକ୍ଷ୍ୟହାସଲ ଆଶା ରହିଛି। ଆଗାମୀ ମାଙ୍ଗଳିକ କର୍ମ ସମ୍ପାଦନ ସକାଶେ ଆମତ୍ୀୟମାନଙ୍କ ସହ ଆଲୋଚନା କରିପାରନ୍ତି।
ସି˚ହ
 ବୃହସ୍ପତିଙ୍କ ଚତୁର୍ଥଭାବକୁ ଶୁଭଦୃଷ୍ଟି ପାରିବାରିକ ଜୀବନର ସୁଖ, ସୌହାର୍ଦ୍ଦ୍ୟକୁ ବର୍ଦ୍ଧିତ କରିବ। ନୂତନ ନିଯୁକ୍ତି ହେତୁ ବ୍ୟସ୍ତତା ମଧ୍ୟରେ ଆଜିର କାର୍ଯ୍ୟ ସମ୍ପାଦିତ ହେବ। ଯାତ୍ରା, ବ୍ୟବସାୟ, ଜମିଜମା, ନିର୍ମାଣାଧୀନ କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ କରିପାରିବେ।
କନ୍ୟା

ମଙ୍ଗଳଙ୍କ ଦୃଷ୍ଟି ପ୍ରଭାବରୁ ପ୍ରତ୍ୟେକ କାମ ପଛକୁ ପକାଇ ବନ୍ଧୁଙ୍କ କାମକୁ ପ୍ରଥମେ କରିବେ। କର୍ମ କ୍ଷେତ୍ରରେ ନିକଟସ୍ଥ ବ୍ୟକ୍ତିଙ୍କୁ ସରଳ ବିଶ୍ୱାସ କରି ଠକାମିରେ ପଡିବେ। ଷ୍ଟେସନେରୀ ଜନିଷ, ଧାତୁ ଅଳଙ୍କାର, ସୌଖୀନ ଦ୍ରବ୍ୟ କ୍ରୟ କରିବାକୁ ମନ ବଳାଇବେ। ଆମତ୍ୀୟସ୍ବଜନଙ୍କ ଗହଣରେ ଖୁସି ମନେଇବେ।
ତୁଳା

ଅଷ୍ଟମାଧିପତି ମଙ୍ଗଳ ଚତୁର୍ଥଭାବକୁ ଦେଖୁଥିବାରୁ ପାରିବାରିକ କଳହର ସୂଚନା ରହିଛି। ଆନୁଷ୍ଠାନିକ କାମରେ ଆସନ୍ତାକାଲିର କାର୍ଯ୍ୟକ୍ରମ ସକାଶେ କର୍ମବ୍ୟସ୍ତତା ବଢିଯିବ। ଯାତ୍ରା ସମୟରେ ସତର୍କତା ଅବଲମ୍ବନ ନ କଲେ ଅସୁବିଧାରେ ପଡିପାରନ୍ତି। ଅବଶ୍ୟ ଦୀର୍ଘଦିନରୁ ରହିଆସିଥିବା ଶତ୍ରୁ ଉପଦ୍ରବ କେତେକାଂଶରେ କମିଯାଇପାରେ।
ବିଛା
 ଶନିଙ୍କ ପ୍ରଭାବରେ ଆଳସ୍ୟ ଓ ଅବହେଳାଜନିତ କାର୍ଯ୍ୟସାଧନରେ ଶତଭିଷା ଅବହେଳା କରିପାରନ୍ତି। ପୂର୍ବର ଆଲୋଚନା ଅନୁଯାୟୀ ବନ୍ଧୁଙ୍କ ନିକଟରୁ ପ୍ରାପ୍ୟ ଅବଶ୍ୟ ପାଇବେ। ପାରିବାରିକ ସମସ୍ୟା ସୁଧାରିନେବେ।
ଧନୁ
ରାଜନୈତିକ ସ୍ତରରେ ସମସ୍ୟାର ସରଳ ସମାଧାନ ହୋଇ ପରିସ୍ଥିତି ସ୍ବାଭାବିକ ହେବ। ମୂଲ୍ୟବାନ ଜିନିଷ କ୍ରୟ କରିବା ସକାଶେ ମନ ବଳାଇପାରନ୍ତି। କଳା, ସାହିତ୍ୟ, ସାମ୍ବାଦିକତା ଓ ଖେଳକୁଦରେ ପ୍ରଶଂସା ପାଇବେ।
ମକର
ପିଲାଙ୍କ ବୈବାହିକ ସମ୍ବନ୍ଧ ନେଇ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହେବାର ଆଶା ରହିଛି। ସଂଗଠନ, ରାଜନୀତି କ୍ଷେତ୍ରରେ ଲୋକସମ୍ପର୍କ ବଢ଼ିବା ଯୋଗୁ ଖୁସି ରହିପାରନ୍ତି। ସାମାଜିକ ସ୍ତରରେ ସେବା ଓ ପରୋପକାର ମନୋବୃତ୍ତିରୁ ଆଦର ଅଭ୍ୟର୍ଥନା ପାଇପାରନ୍ତି।
କୁମ୍ଭ
 ଯାହା କହିବା ପାଇଁ ଭାବୁଥିବେ ତାହା ବନ୍ଧୁଙ୍କ ମୁହଁ ସାମ୍ନାରେ ପ୍ରକାଶ କରିପାରିବେ ନାହିଁ। କର୍ମକ୍ଷେତ୍ରର ଦାୟିତ୍ୱ ବୃଦ୍ଧି ପାଇବ ଏବଂ ଆଜିର ଯାତ୍ରା ସଫଳ ହେବ। ମାଲି ମକଦ୍ଦମାରେ ବିଜୟର ଆଶା ରହିଛି।
ମୀନ
ପରିବାରରେ ଲାଗି ରହିଥିବା ଅଶାନ୍ତି ଦୂର ହେବାରେ ବନ୍ଧୁ ସାହାଯ୍ୟ କରିବେ। ମନକଥା ମନରେ ରଖି ବନ୍ଧୁଙ୍କ ସକାଶେ କାମ କରିବାକୁ ବାଧ୍ୟ ହେବେ। ଆଜିର ଯାତ୍ରା, ବାଣିଜ୍ୟ, ପରିବହନ, ସଭାସମିତି ପ୍ରଭୃତି ମନପସନ୍ଦ ଅନୁଯାୟୀ କରିପାରିବେ।