ସଞ୍ଜୟ ରାୟକୁ ଆଜୀବନ ସଜା

Jan 20, 2025 - 16:03
 0  2
ସଞ୍ଜୟ ରାୟକୁ ଆଜୀବନ ସଜା

କୋଲକାତା ଆରଜି କର ମେଡିକାଲରେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା  ମାମଲାରେ ମୁଖ୍ୟ ଦୋଷୀ ସଞ୍ଜୟ ରାୟକୁ ମିଳିଲା ଆଜୀବନ ସଜା । ଏହାସହ ତା’ଉପରେ ଲାଗିଛି ୫୦ ହଜାର ଟଙ୍କା ଜରିମାନା। ଅନ୍ୟପଟେ ମୃତ ଅଭୟାଙ୍କ ପରିବାରକୁ ୧୭ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। କିନ୍ତୁ ଏହି କ୍ଷତିପୂରଣ ନେବାକୁ ମନା କରିଛନ୍ତି ଅଭୟାଙ୍କ ପରିବାର ଲୋକ । ଏହି ଦଣ୍ଡ ଘୋଷଣା ସହ  ୧୬୭ ଦିନ ପରେ ଡାକ୍ତରୀ ଛାତ୍ରୀ ଅଭୟାଙ୍କୁ ମିଳିଛି ନ୍ୟାୟ । ମୃତ୍ୟୁ ଯାଏଁ ଜେଲରେ ରହିବ ସଞ୍ଜୟ ।  ୨୦୨୪ ଅଗଷ୍ଟ ୯କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଅତି ବିଭତ୍ସ ଭାବେ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିଲା ସଞ୍ଜୟ। ସାରା ଦେଶକୁ ଦୋହଲାଇଦେଇଥିଲା ଏହି ଘଟଣା। ଅଭୟାଙ୍କୁ ନ୍ୟାୟ ଦେବାକୁ କୋଲକାତାରେ ରାଜରାସ୍ତାକୁ ଓହ୍ଲାଇଥିଲେ ଡାକ୍ତରୀ ସଂଘ। କ୍ରମେ ସମସ୍ତ ପ୍ରମାଣକୁ ଆଧାର କରି ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିଲା ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟ। ଆଜି ତାକୁ ଆଜୀବନ ଦଣ୍ଡ ଶୁଣାଯାଇଛି।

What's Your Reaction?

like

dislike

love

funny

angry

sad

wow