ହାର୍ଦ୍ଦିକ ପାଣ୍ଡ୍ୟା: ଏହି ବିଜୟ ବେଶ୍ ସ୍ମରଣୀୟ

ଟି୨୦ ବିଶ୍ବକପ ବିଜୟ ପାରେ ଏହି ଅବସରରେ ପ୍ରତିକ୍ରିୟା ରଖି ହାର୍ଦ୍ଦିକ ପାଣ୍ଡ୍ୟା କହିଛନ୍ତି, ଏହି ବିଜୟ ବେଶ୍ ସ୍ମରଣୀୟ। ଆମେ ପରିଶ୍ରମ କରୁଥିବା ବେଳେ ୧୪୦ କୋଟି ଦେଶବାସୀଙ୍କ ସ୍ବପ୍ନ ପୂରଣ ହୋଇଛି। ଶେଷ ଓଭରରେ ଅତ୍ୟନ୍ତ ଚାପ ରହିଥିଲେ ମଧ୍ୟ ଏଭଳି ପରସ୍ଥିତି ପାଇଁ ଆମେ ନିଜକୁ ପ୍ରସ୍ତୁତ କରିଥାଉ। ଯଶପ୍ରୀତ୍ ବୁମ୍ରା ଓ ଅନ୍ୟମାନେ ଅନ୍ତିମ ୫ ଓଭରରେ ଯେଉଁଭଳି ବୋଲିଂ କଲେ ତାହା ପ୍ରଶଂସନୀୟ। ସେହିପରି ଭାରତୀୟ କିମ୍ବଦନ୍ତୀ ରାହୁଲ ଡ୍ରାଭିଡ୍ଙ୍କ ପାଇଁ ଏହା ଏକ ଉପଯୁକ୍ତ ବିଦାୟୀ ସମ୍ବର୍ଦ୍ଧନା ବୋଲି କହିଥିଲେ ହାର୍ଦ୍ଦିକ।
What's Your Reaction?






