୭ଦିନ ହେବ ଜଳୁଛି କାଲିଫର୍ଣ୍ଣିଆ ଜଙ୍ଗଲ

୭ଦିନ ହେବ ଜଳୁଛି କାଲିଫର୍ଣ୍ଣିଆ ଜଙ୍ଗଲ । ହଜାର ହଜାର ଘର ଜଳିପୋଡି ପାଉଁଶ ହୋଇଯାଇଥିବାବେଳେ ମୃତକଙ୍କ ସଂଖ୍ଯା ପହଞ୍ଚିଛି ୧୧ରେ । ଏହାକୁ ଲିଭାଇବା ଲାଗି ବ୍ଯର୍ଥ ହେଉଛି ସମସ୍ତ ଉଦ୍ଯମ। ଶୁଷ୍କ ଓ ଗରମ ପବନ ପ୍ରବାହିତ ହେବା ଯୋଗୁ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି । ପାସିଫିକ ପାଲିସେଡେସର ୨୦୦ ଏକରରୁ ଅଧିକ ସ୍ଥାନରେ ଜାରି ରହିଛି ଅଗ୍ନିକାଣ୍ଡ। ଏଠାକାର ପ୍ରାୟ ୫ ହଜାର ଘର, ସ୍ଥଳୀ ହୋଇଯାଇଛି ଧ୍ବଂସ। ପ୍ରାୟ ୨୭ ବର୍ଗ କିଲୋମିଟର ଇଲାକାରେ ଜାରି ରହିଛି ଧ୍ବଂସଲୀଳା । ଲସ୍ ଏଞ୍ଜେଲସ ଇତିହାସରେ ଏହା ସବୁଠାରୁ ବଡ ଦୁର୍ବିପାକ ବୋଲି କୁହାଯାଉଛି । ନିଆଁଲିଭା କାର୍ଯ୍ୟରେ ପ୍ରାୟ ୭ ହଜାର ୫୦୦ କର୍ମଚାରୀ ହୋଇଛନ୍ତି ନିୟୋଜିତ । କାଲିଫର୍ଣ୍ଣିଆରେ ନିୟୋଜିତ ହୋଇଛନ୍ତି ୧୪୦୦ କର୍ମଚାରୀ। ଘଟଣାରେ ଚିନ୍ତା ପ୍ରକଟ କରିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ । ସମସ୍ତ ପ୍ରକାର ସହାୟତା ଯୋଗାଇବାକୁ ସେ ଦେଇଛନ୍ତି ପ୍ରତିଶ୍ରୁତି । ଅଗ୍ନିକାଣ୍ଡରେ କ୍ଷୟକ୍ଷତି ପରିମାଣ ପ୍ରାୟ ୧୫୦ ବିଲିୟନ ଡଲାର ହେବ ବୋଲି କରାଯାଇଛି ଆକଳନ। ସପଟେ ପବନର ବେଗ ଘଣ୍ଟା ପ୍ରତି ୧୧୨ କିଲୋମିଟର ରହୁଥିବାରୁ ସ୍ଥିତି ହୋଇଛି ଅତ୍ଯନ୍ତ ଜଟିଳ।
What's Your Reaction?






