କିଏ ହେବ ଭାରତୀୟ ଦଳର ପରବର୍ତ୍ତୀ କୋଚ୍
ପୂର୍ବତନ ଓପନର୍ ଗୌତମ ଗମ୍ଭୀର ଭାରତ ମୁଖ୍ୟ ପ୍ରଶିକ୍ଷକ ଭାବରେ ଦ୍ରାବିଡଙ୍କ ଉତ୍ତରାଧିକାରୀ ହେବେ ବୋଲି କରାଯାଉଛି ଆଶା। କ୍ରିକେଟ୍ ପରାମର୍ଶଦାତା କମିଟି ମଧ୍ୟ ଏହି ହାଇପ୍ରୋଫାଇଲ୍ ପଦବୀ ପାଇଁ ଗୌତମ ଗମ୍ଭୀର ଏବଂ ଭାରତର ପୂର୍ବତନ ମହିଳା ପ୍ରଶିକ୍ଷକ ଡବ୍ଲୁ ଭି ରମଣଙ୍କ ପାଇଁ ସାକ୍ଷାତକାର କରିଛି। ତେବେ ମିଳିଥିବା ଖବର ଅନୁଯାୟୀ “ଉଭୟ କୋଚ୍ ଏବଂ ଚୟନକର୍ତ୍ତା ନିଯୁକ୍ତି ଖୁବ ଶୀଘ୍ର କରାଯିବ। ବିସିସିଆଇ ଦୁଇଟି ନାମ ସର୍ଟଲିଷ୍ଟ କରିଛି ଏବଂ ଖୁବଶୀଘ୍ର ବୋର୍ଡ ଆଲୋଚନା ପରେ ନୂତନ କୋଚଙ୍କ ନାମ ଘୋଷଣା ହେବ। ତେବେ ଭିଭିଏସ୍ ଜିମ୍ବାୱେ ଗସ୍ତ ପାଇଁ ଭି.ଏସ.ଏସ ଲକ୍ଷ୍ମଣ ଯାଉଛନ୍ତି କିନ୍ତୁ ଶ୍ରୀଲଙ୍କା ସିରିଜରୁ ନୂତନ କୋଚ୍ ଯୋଗଦେବେ ବୋଲି ଶାହା କହିଛନ୍ତି। ଭାରତୀୟ ଦଳ ଜୁଲାଇ ୨୭ ରୁ ତିନି ଟି -୨୦ ଏବଂ ଅନେକ ଦିନିକିଆ ପାଇଁ ଶ୍ରୀଲଙ୍କା ଗସ୍ତ କରିବେ।
What's Your Reaction?