ଶେଷ ସୁପର-୮ ମ୍ୟାଚ୍‌ରେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ଅଷ୍ଟ୍ରେଲିଆ

Jun 25, 2024 - 11:24
 0  2
ଶେଷ ସୁପର-୮ ମ୍ୟାଚ୍‌ରେ  ଟସ୍‌ ଜିତି ବୋଲିଂ  ନିଷ୍ପତ୍ତି ନେଲା ଅଷ୍ଟ୍ରେଲିଆ

ଗ୍ରସ ଆଇସ୍ଲେଟ, ସେଣ୍ଟ ଲୁସିଆସ୍ଥିତ ଡାରେନ ସାମି ଜାତୀୟ କ୍ରିକେଟ ଷ୍ଟାଡିୟମରେ ସୋମବାର ଖେଳାଯାଉଥିବା ଶେଷ ସୁପର-୮ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଆମନ୍ତ୍ରଣ ପାଇ ଭାରତ ବ୍ୟାଟିଂ କରିବ। ସୁପର-୮ ମ୍ୟାଚ୍‌ରେ ଭାରତ ଏପର୍ଯ୍ୟନ୍ତ ଖେଳିଥିବା ୨ଟିଯାକ ମ୍ୟାଚ ଜିତି ୪ ପଏଣ୍ଟ ସହ ଗ୍ରୁପ-୧ ଟେବୁଲର ଶୀର୍ଷରେ ରହିଛି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ରବିବାର ଆଫଗାନିସ୍ତାନଠାରୁ ହାରିଯାଇଥିବାରୁ ଆଶଙ୍କାରେ ରହିଛି। ଏହି ଦଳ ୨ ମ୍ୟାଚରୁ ୧ ବିଜୟ ସହ ଦ୍ୱିତୀୟ ସ୍ଥାନରେ ରହିଛି। ତେବେ ତୃତୀୟ ସ୍ଥାନରେ ଥିବା ଆଫଗାନିସ୍ତାନ ଏହାର ଶେଷ ସୁପର-୮ ମ୍ୟାଚ ବାଂଲାଦେଶ ବିପକ୍ଷରେ ଖେଳିବାର ଅଛି। ଯଦି ଆସନ୍ତା ମ୍ୟାଚ୍ରେ ଭାରତ ନିକଟରୁ ଅଷ୍ଟ୍ରେଲିଆ ହାରେ ଏବଂ ବାଂଲାଦେଶ ବିପକ୍ଷରେ ଆଫଗାନିସ୍ତାନ ବିଜୟ ହାସଲ କରେ ତେବେ ଭାରତ ଓ ଆଫଗାନିସ୍ତାନ ସେମିଫାଇନାଲରେ ପ୍ରବେଶ କରିବେ। ବାଂଲାଦେଶ ଏପର୍ଯ୍ୟନ୍ତ ଶ୍ରେଷ୍ଠ ପ୍ରଦର୍ଶନ କରିପାରି ନ ଥିବାରୁ ଆଫଗାନିସ୍ତାନର ଆଶା ବଢ଼ିଛି। ଅନ୍ୟପକ୍ଷରେ ଏପର୍ଯ୍ୟନ୍ତ ଅପରାଜେୟ ରହିଥିବା ଭାରତ ବିଜୟ ବଜାୟ ରଖି ସେମିଫାଇନାଲ ପ୍ରବେଶ ଆଶା ରଖିଛି।

What's Your Reaction?

like

dislike

love

funny

angry

sad

wow