ଛାଡ଼ପତ୍ର ଚର୍ଚ୍ଚା ଉପରେ ବିରାମ ଲଗାଇଲେ ନତାଶା

ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏବେ ରହିଛନ୍ତି ଚର୍ଚ୍ଚାରେ। ପ୍ରଥମେ ତାଙ୍କ ଦଳ ଖରାପ ପ୍ରଦର୍ଶନ କରି ଆଇପିଏଲ୍ ୨୦୨୪ରୁ ବାହାରିବା ପରେ ତାଙ୍କ ବିବାହ ଭାଙ୍ଗିବାକୁ ଯାଉଥିବା ନେଇ ଜୋର ଧରିଥିଲା ଚର୍ଚ୍ଚା । କୁହାଯାଉଥିଲା ଯେ, ପାଣ୍ଡ୍ୟା ଏବଂ ତାଙ୍କ ପତ୍ନୀ ନତାଶା ଷ୍ଟାନକୋଭିକ୍ ପରସ୍ପରକୁ ଦେବାକୁ ଯାଉଛନ୍ତି ଛାଡପତ୍ର। ତେବେ ଏ ସମ୍ପର୍କରେ ଦୁହେଁ କୌଣସି ଅଧିକାରିକ ଘୋଷଣା କରିନଥିଲେ। ହେଲେ ନତାଶା ନିଜ ନାମରୁ ପାଣ୍ଡ୍ୟା ହଟାଇବା ସହ ସ୍ୱାମୀଙ୍କ ସହ ସବୁ ଫଟୋ ହଟାଇ ଦେଇଥିବାରୁ ଦୁହେଁ ଅଲଗା ହେଉଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ହେଲେ ଏବେ ଏସବୁ ଚର୍ଚ୍ଚା ଉପରେ ବିରାମ ଲଗାଇଛନ୍ତି ନତାଶା। କ୍ୟାମେରା ଆଗକୁ ଆସି ପ୍ରତିକ୍ରିୟା ଦେଇନଥିଲେ ବି ସେ ଇନଷ୍ଟାଗ୍ରାମ ମାଧ୍ୟମରେ କରିଛନ୍ତି ସ୍ପଷ୍ଟ । ସେ ଯେଉଁ ସବୁ ଫଟୋକୁ ଇନଷ୍ଟାରୁ ହଟାଇ ଦେଇଥିବା କୁହାଯାଉଥିଲା ବା ତାଙ୍କ ପେଜରେ ନଜର ଆସୁନଥିଲା, ଏବେ ସେ ସବୁ ଫଟୋ ରିଷ୍ଟୋର ହୋଇଛି। ପ୍ରଥମେ ଭାଲେଣ୍ଟାଇନ ଡେ’ ଓ ବିବାହର ଫଟୋ ନତାଶାଙ୍କ ପ୍ରୋଫାଇଲରେ ନଜର ଆସୁନଥିବା ବେଳେ ଏବେ ତାହା ନତାଶାଙ୍କ ପ୍ରୋଫାଇଲରେ ଦେଖିପାରୁଛନ୍ତି ଲୋକେ।ତେବେ ନତାଶାଙ୍କ ଏଭଳି କାମ ଦୁହିଁଙ୍କ ପ୍ରଶଂସକଙ୍କୁ ଖୁସି କରାଇଥିବା ବେଳେ ଅନେକ ତାଙ୍କୁ କରିଛନ୍ତି ଟ୍ରୋଲ।
What's Your Reaction?






