ଅସ୍ତ୍ରବିରତି ମାନୁନି ଇସ୍ରାଏଲ

ଯୁଦ୍ଧ ବିରତି ଆଲୋଚନା ଭିତରେ ଗାଜାରେ ପୁଣି ଆକ୍ରମଣ କରିଛି ଇସ୍ରାଏଲ । ଗୁରବାର ବିଳମ୍ବିତ ରାତିରେ ଗାଜାର କିଛି ଅଞ୍ଚଳକୁ ଟାର୍ଗେଟ୍ କରି ଏୟାରଷ୍ଟ୍ରାଇକ୍ କରିଛି ଇସ୍ରାଏଲ। ଗାଜା ଉପତ୍ୟକାରେ ଇସ୍ରାଏଲ ର ଏୟାର ଷ୍ଟ୍ରାଇକରେ ଗାଜାରେ ୭୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ଅନେକ ଅଛନ୍ତି ଅନେକ ମହିଳା ଓ ଶିଶୁ । ଇସ୍ରାଏଲ-ହମାସ ମଧ୍ୟରେ ଶାନ୍ତି ଚୁକ୍ତି ନେଇ ଆମେରିକାର ଘୋଷଣା ପରେ ଏଭଳି କରିଛି ଇସ୍ରାଏଲ ।ଗାଜାରେ ଗତକାଲି ଥିଲା ଉତ୍ସବର ମାହୋଲ । ଏହାରି ଭିତରେ ସନ୍ଧ୍ୟା ସମୟରେ ଗାଜା ଷ୍ଟ୍ରିପର ଜନବହୁଳ ସ୍ଥାନ ଉପରେ ଆଇଡିଏଫର ବିମାନ ଏୟାରଷ୍ଟ୍ରାଇକ୍ କରିବା ଆରମ୍ଭ କରିଥିବା କହୁଛି ଅନ୍ତର୍ୟାତୀୟ ଗଣମାଧ୍ୟମର ରିପୋର୍ଟ। କହାଯାଉଛି ଏହି ଆକ୍ରମଣରେ ମୃତ୍ୟୁ ସଂଖ୍ୟା ଆହୁରି ମଧ୍ୟ ବଢିପାରେ । ଯୁଦ୍ଧ ବନ୍ଦ ପରେ ବି ଇସ୍ରାଏଲର ଆକ୍ରମଣକୁ ନିନ୍ଦା କରୁଛନ୍ତି ଅନେକ ଦେଶ।
What's Your Reaction?






