ରାଶିଫଳ
ପାରିବାରିକ ଜଞ୍ଜାଳ ବୃଦ୍ଧି ପାଇବା ସଙ୍ଗକୁ ସମସ୍ୟାରେ ମଧ୍ୟ ବ୍ୟସ୍ତତା ପ୍ରକାଶ କରିବେ। ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ପାଇବା ସହ ବୁଦ୍ଧିଜୀବୀଙ୍କ ପ୍ରଶଂସାର ପାତ୍ର ହେବେ। ସାମୂହିକ କାମରେ ହଠାତ୍ ନୀଚ ଜାତିର ବ୍ୟକ୍ତିଙ୍କ ସହ କଳହ ଲାଗିପାରେ।
କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ ଓ ଫାଇଲ୍ କାମରେ ଅଧିକ ସମୟ ବିନିଯୋଗ କରିପାରନ୍ତି। ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବା ସହ ନୂତନ କର୍ମାରମ୍ଭ ପ୍ରୀତିପଦ ହେବ। ସଫଳତା ପାଇବାରେ ନିକଟସ୍ଥ ବ୍ୟକ୍ତି ସହଯୋଗ କରିପାରନ୍ତି।
ବନ୍ଧୁଙ୍କ ମନ ଧରିଲା ଭଳି କଥା କହି ଶତ୍ରୁଠାରୁ କାମ ହାସଲ କରିନେବେ। ଧାର ସୂତ୍ରରେ ଅର୍ଥ ସଂଗ୍ରହ ଏବଂ ଆବଶ୍ୟକ ମନେ କରୁଥିବା ଜିନିଷ ସମୂହକୁ କିଣିବାରେ ସକ୍ଷମ ହେବେ। ସାମାଜିକ ସ୍ତରରେ କଳା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରୁ ସମ୍ମାନିତ ହେବେ।
କର୍ମକ୍ଷେତ୍ରରେ ପରିସ୍ଥିତି ବିଗିଡି ଯାଉଥିବା କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ସବୁ ଥାଇ କିଛି ନ ଥିଲା ଭଳି ପରିସ୍ଥିତି ଦେଇ ଗତି କରିପାରନ୍ତି। ପାରିବାରିକ କ୍ଷେତ୍ରରେ ସତର୍କରେ ନ ଚଳିଲେ ମିଥ୍ୟାପବାଦରେ ନିନ୍ଦିତ ହୋଇପାରନ୍ତି।
ସମସ୍ତ ପ୍ରକାର ଅଭିଳାଷ ପୂରଣ ଦିଗରେ ଅନୁକୂଳ ପରିବେଶ ସୃଷ୍ଟି ସମ୍ଭାବନା ରହିଛି। କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ। ଅପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରି ଅପମାନଜନକ ସ୍ଥିତିରୁ ଖସି ଯାଇପାରନ୍ତି।
ବନ୍ଧୁଙ୍କ ସହାୟତାରେ ଅର୍ଥ ସଂଗ୍ରହ ଅଭିଯାନ ଜାରି ରଖିଲେ ସଫଳତା ପାଇପାରନ୍ତି। ଆଜି ହିଁ ଶେଷ କରିବାକୁ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟ ହେବ। ଜଗିରଖି ନ ଚଳିଲେ କଳହ ଭିତରକୁ ଟାଣି ହୋଇପାରନ୍ତି।
ଯାହା ଓ ଯେତିକି ପାଇବା କଥା ଅବଶ୍ୟ ପାଇବେ କିନ୍ତୁ ଅଧିକ ଆଶା କରି ନିରାଶ ହୋଇ ପାରନ୍ତି। ପାରିବାରିକ ସମସ୍ୟା ବିଷୟ କ୍ଷେତ୍ରରେ ସ୍ତ୍ରୀଙ୍କ ଅଭିଯୋଗ ଅମୂଳକ ନୁହେଁ। ଅଯଥା ମୂଲ୍ୟହୀନ କଥାକୁ ଗୁରୁତ୍ୱ ଦେଇ ଶୋକାକୁଳ ରହିପାରନ୍ତି।
What's Your Reaction?