ରାଶିଫଳ

Jan 26, 2025 - 11:53
 0  2
ରାଶିଫଳ
ମେଷ
ପାରିବାରିକ କ୍ଷେତ୍ରରେ ଅତ୍ୟଧିକ ଖର୍ଚ୍ଚ ଟେନ୍‌ସନର କାରଣ ହେବ। ଆଲୋଚନା ପରିସରରେ ବନ୍ଧୁଙ୍କ ସହ ଯୁକ୍ତିତର୍କ ଦ୍ୱାରା ସମସ୍ୟା ସୃଷ୍ଟି ଆଶଙ୍କା ରହିଛି। ସ୍ଥଗିତ ରହିଯାଇଥିବା ଆନୁଷ୍ଠାନିକ କାମ ପାଇଁ ଅନ୍ୟମାନଙ୍କର ସାହାଯ୍ୟ ଅବଶ୍ୟ ପାଇବେ।
ବୃଷ
ବିବାଦୀୟ ପରିସ୍ଥିତିରେ ବନ୍ଧୁ କିମ୍ବା ସହକର୍ମୀଙ୍କ ପରାମର୍ଶ କାର୍ଯ୍ୟ ହାସଲରେ ସହାୟକ ହେବ। ପାରିବାରିକ କ୍ଷେତ୍ରରେ ବିଭିନ୍ନ ସମସ୍ୟା ରହିଥିଲେ ମଧ୍ୟ କୌଣସି କାମ ଅଟକିବ ନାହିଁ। ଅଜଣା ଅଶୁଣା ବ୍ୟକ୍ତିମାନଙ୍କୁ ବିଶ୍ୱାସ କରି ପ୍ରତାରିତ ହୋଇପାରନ୍ତି।
ମିଥୁନ
 ବନ୍ଧୁଙ୍କୁ ଆର୍ଥିକ ସାହାଯ୍ୟ କରି କିମ୍ବା ଆନୁଷ୍ଠାନିକ କାର୍ଯ୍ୟ ସକାଶେ ବ୍ୟୟବରାଦ କରିବାକୁ ପଡ଼ିପାରେ। ଆନୁଷଙ୍ଗିକ ସାହାଯ୍ୟ ଲାଭ କରି ନିର୍ମାଣର ଅପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବେ। ଧର୍ମକାର୍ଯ୍ୟରେ ଅଗ୍ରଣୀ ଭୂମିକା ଗ୍ରହଣ କରି ପ୍ରଶଂସିତ ହେବେ।
କର୍କଟ
 ପରିବାରରେ ଆର୍ଥିକ ଅନଟନ ଲାଗି ରହିଲେ ମଧ୍ୟ ଆପଣ ପରିସ୍ଥିତିକୁ ସମ୍ଭାଳି ନେବେ। ଭଡ଼ାସୂତ୍ରରୁ କିମ୍ବା ପାଇବାକୁ ଥିବା ବକେୟା ଟଙ୍କା ପାଇ ସାମୟିକ ଖୁସି ହେବେ। ଆତ୍ମୀୟମାନେ ଶତ୍ରୁଭାବ ପୋଷଣ କରୁଥିଲେ ମଧ୍ୟ ମୁହଁ ସାମ୍ନାରେ କିଛି କହି ନ ପାରନ୍ତି।
ସି˚ହ
ଖର୍ଚ୍ଚ ପରିମାଣ ବଢ଼ିପାରେ। ନିକଟସ୍ଥ ବନ୍ଧୁ କିମ୍ବା ସହକର୍ମୀମାନେ ଅସହଯୋଗ ମନୋଭାବ ପୋଷଣ କରିବେ। ବନ୍ଧୁ ସମ୍ପର୍କ କ୍ଷୁଣ୍ଣ ହେବା କାରଣରୁ ମାନସିକ ଅବସାଦ ଯୋଗୁ କୌଣସି କାମ ଉତ୍ସାହପ୍ରଦ ନ ହୋଇପାରେ।
କନ୍ୟା
ଭାଗ୍ୟସ୍ଥାନରେ ବକ୍ରୀ ବୃହସ୍ପତି ଆପଣଙ୍କର ବହୁତ ଦିନର ଆଶା ଓ ଅଭିଳାଷକୁ ପୂରଣ କରିପାରିବ। ବନ୍ଧୁମିଳନ ସହ ଆନୁଷ୍ଠାନିକ କ୍ଷେତ୍ରରୁ ପୁରସ୍କୃତ ହେବାର ସୂଚନା ରହିଛି। ଅଫିସ୍‌ରୁ ଫେରିବା ରାସ୍ତାରେ ଠିକଣା ଜାଗାରେ ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହେବେ। ବିଶିଷ୍ଟ ବ୍ୟକ୍ତିଙ୍କ ସଙ୍ଗଲାଭ ସହ ଭ୍ରମଣଜନିତ ଆନନ୍ଦ ଅନୁଭବ କରିବେ।
ତୁଳା
ଶୁକ୍ର କୋଣଭାବରେ ଅବସ୍ଥାନ କରିଥିବାରୁ ସକାଳୁ ବନ୍ଧୁଙ୍କ ଆହ୍ବାନକ୍ରମେ କାମରେ ଲାଗିପଡ଼ିବେ। ସାମାଜିକ ସ୍ତରରେ ବନ୍ଧୁବର୍ଗଙ୍କ ସହାନୁଭୂତି ଯୋଗୁ କର୍ମମୁଖର ହେବେ। ପରିବାରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଶିଷ୍ଟ ବ୍ୟକ୍ତିଙ୍କ ସାହାଯ୍ୟରୁ ମୂଲ୍ୟବାନ୍‌ ଦ୍ରବ୍ୟ ପାଇପାରନ୍ତି। କୌଣସି ବ୍ୟକ୍ତି ଫାଇଦା ହାସଲ ପାଇଁ ଫନ୍ଦିଫିକର କରିବେ।
ବିଛା
ମଙ୍ଗଳଙ୍କ ଦୁର୍ବଳତାଜନିତ ନିଜ ଲୋକଙ୍କ ଉପରେ ପୂର୍ଣ୍ଣ ଭରସା କରିବା ଠିକ୍‌ ନ ହୋଇପାରେ। ଅନ୍ୟର ସହମତି ପ୍ରାପ୍ତ ହୋଇ ଇଚ୍ଛିତ କାମକୁ ସମ୍ପନ୍ନ କରିପାରିବେ। ଆର୍ଥିକ କ୍ଷେତ୍ର, ରାଜନୈତିକ ସ୍ଥିତି, ପ୍ରଶାସନିକ କ୍ଷେତ୍ରର ସମସ୍ୟା, ବ୍ୟବସାୟିକ ଅପକର୍ଷ ଦୂରେଇ ଯିବ।
ଧନୁ
 ଶନି ଓ ଶୁକ୍ରଙ୍କ ସଂଯୋଗରୁ ଅତୀତ ଘଟଣାକୁ ମନରେ ସ୍ଥାନ ଦେଇ ଶାନ୍ତିରେ ମଧ୍ୟ ଶୋଇ ପାରିବେ ନାହିଁ। ପୂର୍ବ ରାଗ ଶୁଝାଇବାକୁ ଯାଇ ନିଜ ଲୋକ ଧୋକା ଦେବେ। ବନ୍ଧୁଙ୍କ ପରାମର୍ଶରେ ଆରମ୍ଭ କରିଥିବା ଯୋଜନାରେ ଚୁକ୍ତିପତ୍ର ସ୍ବାକ୍ଷରିତ ହେବ।
ମକର
ବିଶୃଙ୍ଖଳିତ ପରିସ୍ଥିତି ଆର୍ଥିକ, ପାରିବାରିକ ଓ ସାମାଜିକ କ୍ଷେତ୍ର ପାଇଁ ଅନୁକୂଳ ରହିବ ନାହିଁ। ଦୂରଦର୍ଶିତା ହେତୁ ପୂର୍ବରୁ ନିଜକୁ ସଜାଡ଼ି ନେବେ। ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ ଜମିଜମା କାରବାରରେ ଉପକୃତ ହେବେ।
କୁମ୍ଭ
ଆକସ୍ମିକ ଭାବରେ ସମ୍ମାନ, ବନ୍ଧୁମିଳନ କିମ୍ବା ଉପଢୌକନାଦି ପାଇବା ଯୋଗ ରହିଛି। ଆତ୍ମୀୟଙ୍କ ବ୍ୟବହାର, ଚାଲିଚଳନ ଏପରିକି ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିପାରନ୍ତି। ଆଜିର ଯାତ୍ରା, ବ୍ୟବସାୟ, ସଭାସମିତିରେ ଲକ୍ଷ୍ୟ ହାସଲ ହୋଇପାରିବ।
ମୀନ
 କଳା, କ୍ରୀଡ଼ା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରୁ ସମ୍ମାନିତ ହେବାର ଯୋଗ ରହିଛି। ସ୍ବାସ୍ଥ୍ୟ ସମସ୍ୟା, ପାରିବାରିକ ବୁଝାମଣା, ଏକଜିଦିଆ ମନୋବୃତ୍ତି ସମସ୍ୟାର କାରଣ ହୋଇପାରେ। କଳା, ସାହିତ୍ୟ, ସାମ୍ବାଦିକତା, ଫଟୋଗ୍ରାଫି, ବ୍ୟବସାୟ ଓ ପରିବହନ ଦିଗରୁ ଉପକୃତ ହେବେ।

What's Your Reaction?

like

dislike

love

funny

angry

sad

wow