ହାର୍ଦ୍ଦିକଙ୍କୁ ପୁଣି ସୁଯୋଗ ଦେବାର ଥିଲା ବୋଲି କହିଲେ ଏହି କ୍ରିକେଟର

Jul 21, 2024 - 14:16
 0  6
ହାର୍ଦ୍ଦିକଙ୍କୁ ପୁଣି ସୁଯୋଗ ଦେବାର ଥିଲା ବୋଲି କହିଲେ ଏହି କ୍ରିକେଟର

ଶ୍ରୀଲଙ୍କା ସିରିଜ ଲାଗି ଟିମ୍‌ ଇଣ୍ଡିଆ ଟି୨୦ ଅଧିନାୟକ ପଦରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ହଟାଇ ସୂର୍ଯ୍ୟକୁମାର ଯାଦବଙ୍କୁ ଦାୟିତ୍ୱ ଦିଆଯାଇଛି। ଏପରିକି ଉପଅଧିନାୟକ ଭାବେ ଶୁଭମନ ଗିଲଙ୍କୁ ସାମିଲ କରାଯାଇଛି। ଏନେଇ ଘୋଷଣା ହେବା ପରଠାରୁ ଅନେକ ପୂର୍ବତନ କ୍ରିକେଟର ପାଣ୍ଡ୍ୟାଙ୍କ ସମର୍ଥନରେ ବାହାରୁଛନ୍ତି। ଏହି କ୍ରମରେ ପୂର୍ବତନ କ୍ରିକେଟର ମହମ୍ମଦ କୈଫ ଚୟନ କମିଟି ପାଣ୍ଡ୍ୟାଙ୍କୁ ତାଙ୍କର ପୂର୍ବ ଅନୁଭବ ଅନୁଯାୟୀ ସମର୍ଥନ କରିବା ଉଚିତ ଥିଲା ବୋଲି କହିଛନ୍ତି। ଏକ ସାକ୍ଷାତକାରରେ କୈଫ କହିଛନ୍ତି, ହାର୍ଦ୍ଦିକ ୨ ବର୍ଷ ଗୁଜରାଟ ଟାଇଟନ୍ସର ଅଧିନାୟକ ଭାବେ ପ୍ରଭାବୀ ପ୍ରଦର୍ଶନ କରିଥିଲେ। ସେ ମଧ୍ୟ ଟି୨୦ ବିଶ୍ୱକପ୍‌ରେ ଦଳର ଉପ ଅଧିନାୟକ ଥିଲେ। ଏବେ ଜଣେ ନୂଆ କୋଚ୍‌ ଆସିଛନ୍ତି। ଏଥିଲାଗି ନୂଆ ଯୋଜନା ହେବା ସ୍ବାଭାବିକ। ସୂର୍ଯ୍ୟକୁମାର ଜଣେ ଭଲ ଖେଳାଳି। ସେ ଟି୨୦ରେ ଶୀର୍ଷ ଖେଳାଳି। ସେ ଭଲ ଭାବେ ଅଧିନାୟକ ଦାୟିତ୍ୱ ତୁଲାଇବେ ବୋଲି ଆଶା। ହେଲେ ହାର୍ଦ୍ଦିକଙ୍କୁ ପୁଣି ସୁଯୋଗ ଦେବାର ଥିଲା ବୋଲି ସେ କହିଛନ୍ତି।

What's Your Reaction?

like

dislike

love

funny

angry

sad

wow