ଆଜିଠୁ ଲାଗୁ ହେବ ନୂଆ ଟାକ୍ସ ପଲିସି

ଆଜିଠୁ ଲାଗୁ ହେବ ନୂଆ ଟାକ୍ସ ପଲିସି

ଆଜିଠୁ ଲାଗୁ ହେବ ନୂଆ ଟାକ୍ସ ପଲିସି । ଏନେଇ ପୂର୍ବରୁ ଘୋଷଣା କରିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।  ୟୁପିଆଇ ନିୟମରେ ପରିବର୍ତ୍ତନ ସହ, କମିଛି ରନ୍ଧନ ଗ୍ୟାସ୍‌ ଦର  ।ଏହାସହ ଘର ମାଲିକ ଓ ବରିଷ୍ଠ ନାଗରିକଙ୍କୁ ମିଳିବ ଆଶ୍ୱସ୍ତି।

ଦୀର୍ଘ ସମୟ ଧରି ୟୁପିଆଇ ସେବା ଥିବା ମୋବାଇଲ ନମ୍ବର ବ୍ୟବହୃତ ହେଉନଥିଲେ ଏହି ସେବା  ହେବ ବନ୍ଦ


 ୪୧ ଟଙ୍କା କମିଲା ଏଲପିଜି ସିଲିଣ୍ଡର ଦର


ବରିଷ୍ଠ ନାଗରିକଙ୍କ ପାଇଁ ଟିଡିଏସ୍‌ରେ  ମିଳିବ ରିହାତି

ଘର ମାଲିକମାନଙ୍କୁ ଘରଭଡ଼ା ଉପରେ ଦେଉଥିବା ଟ୍ୟାକ୍ସ ଉପରେ ରିହାତି ମିଳିବ।
ଭଡ଼ା ବାବଦରେ ପୂର୍ବରୁ ୨ ଲକ୍ଷ ୫୦ ହଜାରରୁ ଅଧିକ ହେଲେ  ଦେବାକୁ ପଡ଼ୁଥିଲା ଟ୍ୟାକ୍ସ।ଏହାକୁ ବୃଦ୍ଧି କରି ୬ ଲକ୍ଷ ଟଙ୍କା କରିଛନ୍ତି ସରକାର


ସେହିପରି ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା ବ୍ୟକ୍ତିଙ୍କୁ ଦେବାକୁ ପଡିବନି ଆୟକର


ବେତନଭୋଗୀଙ୍କୁ ମିଳିବ ୭୫ ହଜାର ଟଙ୍କାର ଷ୍ଟାଣ୍ଡାର୍ଡ ଡିଡକ୍ସନ


ନୂ୍ଆ ଟିକସ ବ୍ୟବସ୍ଥାରେ ବେତନଭୋଗୀଙ୍କୁ ୧୨.୭୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟରେ ଦେବାକୁ ପଡିବନି ଟିକସ

ଏଜୁକେଶନ ଲୋନ୍‌ ଉପରେ ହଟିଲା ଟିଡିଏସ୍‌।ପୂର୍ବରୁ ୭ ଲକ୍ଷ ଟଙ୍କା ଏଜୁକେସନ ଲୋନ୍‌ ଉପରେ ୦.୫ ଟିସିଏସ୍‌ କାଟୁଥିଲେ ଋଣଦାତା


ମ୍ୟୁଚୁଆଲ ଫଣ୍ଡ୍‌ ଆୟ ଉପରେ ବଢ଼ିଲା ଟିଡିଏସ୍‌ ସୀମା


ଡିଭିଡେଣ୍ଡ୍‌ରୁ ହୋଇଥିବା ଆୟ ଉପରେ ଟିଡିଏସ୍‌ ସୀମାକୁ ୫ ହଜାରରୁ ବୃଦ୍ଧି କରି କରାଯାଇଛି ୧୦ ହଜାର ଟଙ୍କା 


ଏପ୍ରିଲ ପହିଲାରୁ ଏସବିଆଇ ଓ ପିଏନବି ବ୍ୟାଙ୍କ ଆକାଉଣ୍ଟରେ ସର୍ବନିମ୍ନ ରାଶି ନିୟମରେ ଆସିବ ପରିବର୍ତ୍ତନ 
ଏପ୍ରିଲ ୧ରୁ ଖାତାରେ ସର୍ବନିମ୍ନ ରାଶି ନ ରହିଲେ ଖାତାଧାରକଙ୍କ ଠାରୁ ଜରିମାନା ଆଦାୟ କରିବ ବ୍ୟାଙ୍କ।

 ଏପ୍ରିଲ ୧ରୁ ଟୋଲ ଟିକସ ବୃଦ୍ଧି କରିପାରେ ଏନଏଚଏଆଇ


 ନିଜ ଡିମାଟ୍ ଓ ମ୍ୟୁଚୁଆଲ ଫଣ୍ଡ ହୋଲ୍ଡିଙ୍ଗ ତଥ୍ୟ ଡିଜିଲକରରେ ଡିଜିଟାଲ ରୂପରେ ରଖିପାରିବେ ନିବେଶକ


ପୁରୁଣା ପେନସନ ସ୍କିମ ଓପିଏସ ବଦଳରେ ୟୁପିଏସ୍  ହେବ କାର୍ଯ୍ୟକାରୀ