ପ୍ରବଳ ବର୍ଷା ଓ କାଳ ବୈଶାଖୀର ଆଶଙ୍କା ଥିବାରୁ ପର୍ଯ୍ୟଟକଙ୍କ ପାଇଁ ୨ ଦିନ ୨୨ ଓ ୨୩ ବନ୍ଦ ରହିବ ଶିମିଳିପାଳ ଜାତୀୟ ଉଦ୍ୟାନ

ପ୍ରବଳ ବର୍ଷା ଓ କାଳ ବୈଶାଖୀର ଆଶଙ୍କା ଥିବାରୁ ପର୍ଯ୍ୟଟକଙ୍କ ପାଇଁ ୨ ଦିନ ୨୨ ଓ ୨୩ ବନ୍ଦ ରହିବ ଶିମିଳିପାଳ ଜାତୀୟ ଉଦ୍ୟାନ। ଏ ନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଦେଇଛନ୍ତି ଏହି ସୂଚନା। ଉକ୍ତ ସମୟରେ ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ କରିବ ନାହିଁ କୌଣସି ଗାଡ଼ି। ଶିମିଳିପାଳର ପାହାଡ଼ିଆ ମାଟି ରାସ୍ତାରେ ପର୍ୟ୍ୟଟକଙ୍କ ଯାତାୟାତ ବେଳେ କୌଣସି ଅଘଟଣକୁ ରୋକିବା ପାଇଁ ଗ୍ରହଣ କରାଯାଇଥିଲା ଏହି ପଦକ୍ଷେପ।
What's Your Reaction?






